କେବଳ ଗରିବଙ୍କ ପାଇଁ ନୁହେଁ, ଅଧିକ ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ମିଳିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନୁସାରେ ଘର ! ସୁଧରେ ମିଳିବ ରିହାତି

106

ଧନୀ ଲୋକମାନେ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲାଭ ଉଠାଇପାରିବେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନୁସାରେ ବାର୍ଷିକ ୧୮ ଲକ୍ଷ ଟଙ୍କା ରୋଜଗାର କରୁଥିବା ବ୍ୟକ୍ତି ମଧ୍ୟ ନଇପାରିବେ ଘର । ଏଥିପାଇଁ ସେମାନଙ୍କୁ ବ୍ୟାଙ୍କରୁ ଋଣ ନେଲେ ସୁଧରେ ରିହାତି ମିଳିବ । ଏହାର ଲାଭ ଉଠାଇବା ପାଇଁ ଲୋକଙ୍କୁ ପିଏମ ଆବାସ ଯୋଜନାରେ ଆବେଦନ କରିବାକୁ ପଡିବ ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେବଳ ଗରିବଙ୍କ ପାଇଁ ନୁହେଁ । ଏହି ଯୋଜନାରେ ଅଧିକ ରୋଜଗାର କରୁଥିବା ଲୋକଙ୍କ ପାଇଁ ମଧ୍ୟ ଆବାସର ବ୍ୟବସ୍ଥା କରାଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୋଟିଏ ଭାଗରେ ଗରିବଙ୍କୁ ଦୁଇ ଲକ୍ଷ ଟଙ୍କାରେ ଘର ଦିଆଯିବ । ଦ୍ୱିତୀୟ ଭାଗରେ ସେମାନଙ୍କୁ ମାଟି ଘରକୁ ପକ୍କା ଘର କରିବା ପାଇଁ ୨ଲକ୍ଷ ୫୦ ହଜାର ଟଙ୍କା ମିଳିବ । ଅନ୍ୟପଟେ ଯାହା ପାଖରେ କେବଳ ଜମି ଅଛି, ସେମାନଙ୍କୁ ବି ଘର ତିଆରି କରିବା ପାଇଁ ପିଏମ ଆବାସ ଯୋଜନା ଅନୁସାରେ ୨ଲକ୍ଷ ୫୦ହଜାର ଟଙ୍କା ଦିଆଯିବ ।

ଲୋକଙ୍କ ମନରେ ଭ୍ରାନ୍ତ ଧାରଣା ରହିଛି, ପିଏମ ଆବାସ ଯୋଜନା କେବଳ ଗରିବଙ୍କ ପାଇଁ । ସେଥିପାଇଁ ଅଧିକ ଆୟ କରୁଥିବା ବ୍ୟକ୍ତି ବର୍ଗରେ କମ ଆବେଦନ ଆସିଛି । ଅଧିକ ଆୟ କରୁଥିବା ବ୍ୟକ୍ତି ବର୍ଗଙ୍କୁ ମଧ୍ୟ ୨ଲକ୍ଷ ୫୦ହଜାର ପର୍ଯ୍ୟନ୍ତ ଫାଇଦା ମିଳିବ । ଯଦି କୌଣସି ବ୍ୟକ୍ତି ୯ଲକ୍ଷ ଟଙ୍କାର ଘର ପାଇଁ ଋଣ ନେଉଛି, ତେବେ ତାଙ୍କୁ ଯୋଜନା ଅଧିନରେ ୪ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ । ଯଦି ତାଙ୍କୁ ୯ ପ୍ରତିଶତ ସୁଧ ଦେବାକୁ ପଡେ, ତେବେ ସେଥିରେ ୪ ପ୍ରତିଶତ ରିହାତି ମିଳିବ । ୨୦୨୨ ପର୍ଯ୍ୟନ୍ତ ସମସ୍ତ ହିତାଧିକାରୀଙ୍କୁ ଘର ମିଳିଯିବ ।