କ୍ୟାମ୍ପ ଲଗାଇ ଋଣ ବାଣ୍ଟୁଛି ଏସବିଆଇ ! ସମସ୍ତଙ୍କୁ ପାଇଁ ସୁବର୍ଣ୍ଣ ସୁଯୋଗ, ଆପଣ ବି ଲାଭ ଉଠାନ୍ତୁ

64

ଆପଣ ଛୋଟମୋଟ ବ୍ୟବସାୟ କରିବା ପାଇଁ ଚାହୁଁଛନ୍ତି କି ? ତେବେ ଆପଣଙ୍କୁ ଏଥିପାଇଁ ସାହାଯ୍ୟ କରିବ ଦେଶର ବଡ଼ ବ୍ୟାଙ୍କ ଏସବିଆଇ । ଏଥିପାଇଁ ଏସବିଆଇ ମୁଦ୍ରା ଯୋଜନା ଅନୁସାରେ କ୍ୟାମ୍ପ୍ ଲଗାଇ ଋଣ ବାଂଟୁଛି । ଏହି ଋଣ ଦିଲ୍ଲୀ ଓ ଏନସିଆରରେ ପାଖାପାଖି ୭୦ ଟି ସ୍ଥାନରେ ବଂଟାଯାଉଛି । ମୁଦ୍ରା ଯୋଜନା ଅନୁସାରେ ଛୋଟ ମୋଟ ବ୍ୟବସାୟ କରିବା ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯାଏ । ଏହା ବ୍ୟତୀତ ୫୦ ହଜାର ପର୍ଯ୍ୟନ୍ତ ଟଙ୍କାର ଋଣ ବିନା କୌଣସି ଗ୍ୟାରେଂଟିରେ ଦେଉଛି ବ୍ୟାଙ୍କ୍ । ଏହାକୁ ଦୃ୍ଷ୍ଟିରେ ରଖି ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଏସବିଆଇ ମୁଦ୍ରା ମହୋତ୍ସବ ନାମରେ ଋଣ ବଂଟା ପାଇଁ ଅଭିଯାନ ଚଳାଇଛି ।

ସୂଚନା ଅନୁସାରେ ମୁଦ୍ରା ମହୋତ୍ସବ ଚଳିତ ସପ୍ତାହରେ ଆରମ୍ଭ ହୋଇଯାଇଛି । ଆଉ ଚଳିତ ମାସର ଶେଷ ଆଡ଼କୁ ଋଣ ବଂଟାଯିବାର ସମ୍ଭାବନା ରହିଛି । ରାଜଧାନୀ ଦିଲ୍ଲୀ ଓ ଆଖପାଖ ଅଂଚଳର ଲୋକେ ଏଥିରୁ ଅଧିକରୁ ଅଧିକ ଲାଭବାନ ହୋଇପାରିବେ । ଆଉ ଏଥିପାଇଁ ପାଖାପାଖି ୭୦ଟି ସ୍ଥାନରେ ଶିବିର ଲଗାଯାଇଛି । ଏହି ଶିବିରରେ ମୁଦ୍ରା ଋଣ ବିଷୟରେ ସମସ୍ତ ତଥ୍ୟ ମଧ୍ୟ ଦିଆଯାଉଛି । ଲୋକଙ୍କୁ ସବିଶେଷ ତଥ୍ୟ ଦେବାପାଇଁ ବ୍ୟାଙ୍କ ଅଧିକାରୀ ଶିବିରରେ ଉପସ୍ଥିତ ରହୁଛନ୍ତି ।

ଦିଲ୍ଲୀ ଏନସିଆରରେ ରହୁଥିବା ବ୍ୟକ୍ତିମାନେ ଏହି ଶିବିରର ପତ୍ତା ଲଗାଇ ସମସ୍ତ ତଥ୍ୟ ହାସଲ କରିପାରିବେ । ବ୍ୟାଙ୍କର ଶାଖା ଗୁଡ଼କରେ ବ୍ୟାନର ହୋଡ଼ିଂ ଓ ପୋଷ୍ଟର ଲଗାଯାଇଛି । ଏହି ସମୟରେ କୌଣସିି ପ୍ରକାର ଅସୁବିଧା ପାଇଁ ପ୍ରବନ୍ଧକଙ୍କ ଠାରୁ ଅଧିକ ସୂଚନା ପାଇପାରିବେ । ଦିଲ୍ଲୀ ଏନସିଆରରେ ରହୁଥିଲେ ଆପଣ ଏହି ଯୋଜନା ଅନୁସାରେ ଲାଭବାନ ହୋଇପାରିବେ । ଆପଣ ନିଜ ପାଖାପାଖି କୌଣସି ବି ବ୍ୟାଙ୍କ ଯାଇ ଋଣ ନେଇପାରିବେ । ୫୦ ହଜାର ପର୍ଯ୍ୟନ୍ତ ଋଣ ଆପଣଙ୍କୁ ବିନା କୌଣସି ଗ୍ୟାରଂଟିରେ ମିଳିଯିବ । ଏହି ରାଶି ଠାରୁ ଅଧିକ ଋଣ ରାଶି ଚାହୁଁଥିଲେ ବ୍ୟାଙ୍କର କିଛି ନିୟମ ମାନିବା ପାଇଁ ପଡ଼ିବ । ୫୦ ହଜାର ଟଙ୍କାରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ୩ଟି କାଟାଗୋରିରେ ମିଳେ । ଆଉ ସୁଧ ଦର ବିଭିନ୍ନ ବ୍ୟାଙ୍କରେ ଭିନ୍ନ ଭିନ୍ନ ଥାଏ । ସାଧାରଣତଃ ମୁଦ୍ରା ଋଣର ସୁଧ ଦର ୧୨ ପ୍ରତିଶତ ପାଖାପାଖି ରହିଛି ।