୨୦୦୫ ଠାରୁ ନିଯୁକ୍ତି ପାଇଥିବା ସରକାରୀ କର୍ମଚାରୀଙ୍କୁବି ମିଳିବ ପେନସନ୍ ଓ ମୃତ୍ୟୁକାଳୀନ ଭତ୍ତା ! ଅର୍ଥ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି

96

କନକ ବ୍ୟୁରୋ : ୨୦୦୫ ଜାନୁଆରି ୧ ଠାରୁ ନିଯୁକ୍ତି ପାଇଥିବା ସରକାରୀ କର୍ମଚାରୀଙ୍କୁ ବି ପୂର୍ଣ୍ଣ ପେନ୍‌ସନ୍‌ ପ୍ରଦାନ କରାଯିବ । ସେମାନେ ପୂର୍ବ ପରି ଅବସରକାଳୀନ ପେନସନ୍‌ ଓ ମୃତ୍ୟୁକାଳୀନ ଭତ୍ତା ପାଇବେ । ସପ୍ତମ ବେତନ କମିସନଙ୍କ ସୁପାରିସ୍‌ରେ ଥିବା ବ୍ୟବସ୍ଥା ଅନୁଯାୟୀ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏ ସମ୍ପର୍କରେ ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ପ୍ରାୟ ୧ ଲକ୍ଷ କର୍ମଚାରୀ ଉପକୃତ ହେବେ ।

ଓଡ଼ିଶା ସିଭିଲ୍‌ ସର୍ଭିସେସ୍‌(ପେନ୍‌ସନ୍‌) ସଂଶୋଧନ ବିଧି, ୨୦୦୫ରେ ସରକାର ସରକାରୀ କର୍ମଚାରୀଙ୍କ ପ୍ରଚଳିତ ପେନ୍‌ସନ୍‌ ବ୍ୟବସ୍ଥା ବଦଳରେ କଣ୍ଟ୍ରିବ୍ୟୁଟାରି ପେନ୍‌ସନ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିଥିଲେ । ଏଥିରେ ସରକାର ନିଜର ଅଂଶ ପ୍ରଦାନ କରୁଥିଲେ ଓ ସଂପୃକ୍ତ କର୍ମଚାରୀ ଏକ ଅଂଶ ପ୍ରଦାନ କରୁଥିଲେ । ଏବେ ଏହି ବ୍ୟବସ୍ଥା ବଦଳିଯିବ । ପୂର୍ବ ପ୍ରଚଳିତ ବିଧିବ୍ୟବସ୍ଥାରେ ପେନ୍‌ସନ୍‌ ପ୍ରଦାନ କରାଯିବ । ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାର ସପ୍ତମ ବେତନ କମିସନ୍‌ଙ୍କ ସୁପାରିସ୍‌ କାର୍ଯ୍ୟକାରୀ କରିବା ପରେ ୨୦୧୬ ଅଗଷ୍ଟରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ପୁନର୍ବାର ପେନ୍‌ସନ୍‌ ବ୍ୟବସ୍ଥା ଲାଗୁ କରିଛନ୍ତି ।