ମାଡ୍ରାସ ହାଇକୋର୍ଟ ରଖିଲେ ଟିପ୍ପଣୀ : ସହବାସ ପାଇଁ ସୁଯୋଗ ମିଳୁନଥିବାରୁ ବଢୁଛି କି ଅପରାଧ, କେନ୍ଦ୍ର ଓ ତାମିଲନାଡୁ ସରକାରଙ୍କୁ କାରଣ ଖୋଜିବା ପାଇଁ ନିର୍ଦ୍ଦେଶ

113

କନକ ବ୍ୟୁରୋ :  କାହିଁକି ବଢୁଛି ଯୌନ ଅପରାଧ? ଏ ନେଇ ଚିନ୍ତା ପ୍ରକଟ କରିଛନ୍ତି ମାଡ୍ରାସ ହାଇକୋର୍ଟ । ମହିଳାଙ୍କ ପ୍ରତି ଯୌନ ହିଂସା ବଢିବାର କାରଣ ଖୋଜିବାକୁ ଉଭୟ କେନ୍ଦ୍ର ସରକାର ଓ ତାମିଲନାଡ଼ୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ । ମହିଳା ଓ ପୁରୁଷଙ୍କ ମଧ୍ୟରେ ହ୍ରାସ ପାଉଥିବା ଲିଙ୍ଗ ଅନୁପାତ କିମ୍ବା ଯୌନ କ୍ରିୟା ପାଇଁ ସୁଯୋଗ ପାଉନଥିବାରୁ ଏହି ଅପରାଧ ବୃଦ୍ଧି ପାଉଛି, ତାହାର କାରଣ ଖୋଜିବାକୁ ସରକାରଙ୍କୁ କହିଛନ୍ତି ମାଡ୍ରାସ ହାଇକୋର୍ଟ ।

୨୦୧୮ ଜାନୁୟାରୀ ୧୦ ତାରିଖ ସୁଦ୍ଧା ଏହାର ଉତ୍ତର ରଖିବାକୁ କୁହାଯାଇଛି । ବିଚାରପତି ଏନ୍ କିରୁବାକରନ୍ କହିଛନ୍ତି ଯୌନ ହିଂସା ଯୋଗୁଁ ପୀଡିତାଙ୍କ ସମ୍ମାନ, ବ୍ୟକ୍ତିଗତ ଅଧିକାର କ୍ଷୁର୍ଣ୍ଣ ହେବା ସହ ଜୀବନସାରା ଏହି କ୍ଷତ ରହିଯାଉଛି । ପୀଡ଼ିତାଙ୍କ ମାନସିକ ସ୍ଥିତି ମଧ୍ୟ ସଂପୂର୍ଣ୍ଣ ବିଗିଡି ଯାଉଛି । ବଢୁଥିବା ଯୌନ ଅପରାଧ ନେଇ କ୍ଷୋଭ ପ୍ରକାଶ କରିବା ସହ ଏଭଳି ଜଘନ୍ୟ ଅପରାଧକୁ ରୋକିବା ପାଇଁ ସରକାର ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମାଡ୍ରାସ ହାଇକୋର୍ଟର ବିଚାରପତି ଏନ୍ କିରୁବାକରନ୍ ।