ରିଜର୍ଭ ବଗିରେ ଯାତ୍ରୀମାନେ କେବଳ ରାତି ୧୦ଟାରୁ ସକାଳ ୬ଟା ଯାଏଁ ଶୋଇ ପାରିବେ !

42

କନକ ବ୍ୟୁରୋ : ମଝି ଏବଂ ତଳ ବର୍ଥରେ ଯାତ୍ରୀମାନେ ଅଧିକ ସମୟ ଶୋଇବା ଯୋଗୁଁ ଉପୁଜୁଥିବା ବିବାଦ ଶେଷ କରିବାକୁ ରେଳବାଇ ଯାତ୍ରୀମାନଙ୍କର ଶୋଇବା ସମୟ କମାଇ ଦେଇଛି । ରେଳବାଇ ବୋର୍ଡ ଜାରି କରିଥିବା ସର୍କ୍ୟୁଲାର୍ ଅନୁସାରେ, ରିଜର୍ଭ ବଗିରେ ଯାତ୍ରୀମାନେ ରାତି ୧୦ଟାରୁ ସକାଳ ୬ଟା ଯାଏଁ ଶୋଇ ପାରିବେ। ବାକି ସମୟରେ ଉକ୍ତ ବର୍ଥଗୁଡ଼ିକରେ ଅନ୍ୟ ଯାତ୍ରୀମାନେ ବସିବେ।

ନୂତନ ସର୍କ୍ୟୁଲାର୍ ଜାରି ହେବା ପୂର୍ବରୁ ଯାତ୍ରୀମାନଙ୍କୁ ରାତି ୯ଟାରୁ ସକାଳ ୬ଟା ଯାଏଁ ଶୋଇବାକୁ ଅନୁମତି ମିଳୁଥିଲା। ଏବେ ଜାରି ହୋଇଥିବା ସର୍କ୍ୟୁଲାର୍ରେ କେତେକ ବ୍ୟତିକ୍ରମ ରହିଛି। ଅସୁସ୍ଥ, ଦିବ୍ୟାଙ୍ଗ ଏବଂ ଅନ୍ତଃସତ୍ତ୍ୱା ମହିଳାମାନଙ୍କୁ ସହଯୋଗ କରିବାକୁ ଯାତ୍ରୀମାନଙ୍କୁ ଅନୁରୋଧ କରାଯାଇଛି।