ପୂରା ହେଲା ଅଧୁରା ସ୍ୱପ୍ନ ! ୧୯ ତାରିଖରୁ ନୟାଗଡରୁ ଖୋର୍ଦ୍ଧା ଗଡିବ ପାସେଞ୍ଜର୍ ଟ୍ରେନ୍

39

କନକ ବ୍ୟୁରୋ : ପୂରା ହେଲା ଅଧୁରା ସ୍ୱପ୍ନ । ନୟାଗଡରୁ ଖୋର୍ଦ୍ଧା ଚାଲିବ ପାସେଞ୍ଜର୍ ଟ୍ରେନ୍ । ସୂଚନା ଅନୁସାରେ, ଟ୍ରେନଟି ନୟାଗଡରୁ ବାହାରି ବୋଲଗଡ଼ ଷ୍ଟେସନ୍ ହୋଇ ଖୋର୍ଦ୍ଧା ଆସିବ । ଆସନ୍ତା ୧୯ ତାରିଖ ଅପରାହ୍ନ ୩ ଟାରେ ଏହି ପାସେଞ୍ଜର୍ ଟ୍ରେନଟି ଏହାର ପ୍ରଥମ ଯାତ୍ରା ଆରମ୍ଭ କରିବ । ଆଉ ଭିଡିଓ କନଫରେନ୍ସି ଜରିଆରେ ଏହାର ଶୁଭାରମ୍ଭ କରିବେ ରେଳମନ୍ତ୍ରୀ ସୁରେଶ ପ୍ରଭୁ । ତେବେ ଏହି ସମୟରେ ସାଂସଦ ପ୍ରଶନ୍ନ ପାଟ୍ଟଶାଣୀ, ପିନାକୀ ମିଶ୍ର, ନୟାଗଡ ବିଧାୟକ ଅରୁଣ ସାହୁ ଏବଂ ବୋଲଗଡ଼ ବିଧାୟକ ପ୍ରଶାନ୍ତ ଜଗଦେବ ପ୍ରମୁଖ ଉପସ୍ଥିତ ରହିବେ ।

ଗତ ମେ’ ମାସ ୧୧ ତାରିଖରେ ଏହି ରୁଟରେ ପରୀକ୍ଷାମୂଳକ ଭାବେ ୧୨ କିଲୋମିଟର ଇଞ୍ଜିନ୍ ଗଡି ଥିଲା । ଏହାପରେ ଚଳିତ ମାସ ୬ ତାରିଖରେ ପରୀକ୍ଷାମୂଳକ ଭାବରେ ଏକ ଟ୍ରେନ୍ ଗଡିଥିଲା ।