ଗୁଜବର ଭୟାନକ ଚେହେରା ! ପିଲାଚୋରୀ ସନ୍ଦେହରେ ଯୁବକଙ୍କୁ ଖୁଂଟରେ ବାନ୍ଧି ନିସ୍ତୁକ ମାଡ଼

29

କନକ ବ୍ୟୁରୋ : ଗୁରୁତର ହୋଇଛି ପିଲାଚୋରୀ ଗୁଜବ । ମୟୁରଭଞ୍ଜ ଜିଲ୍ଲା ବାରିପଦାରେ ବାରମ୍ବାର ଦେଖିବାକୁ ମିଳୁଛି ଏଭଳି ଅଭାବନୀୟ ଘଟଣା । କିଛିଦିନ ତଳେ ଜଣେ ମହିଳାଙ୍କୁ ପିଟିପିଟି ମାରିଦେଇଥିଲେ ଉତ୍ତ୍ୟକ୍ତ ଲୋକେ । ଆଉ ଆଜି ସକାଳୁ ପୁଣି, କେବଳ ସନ୍ଦେହ ଆଧାରରେ ଯୁବକଙ୍କୁ ଖୁଂଟରେ ବାନ୍ଧି କରିଛନ୍ତି ମରଣାନ୍ତକ ଆକ୍ରମଣ । ଗାଁ ଲୋକଙ୍କ ପ୍ରଶ୍ନର ଉତ୍ତର ଦେଇନପାରିବାରୁ ନିସ୍ତୁକ ମାଡ ମାରିଛନ୍ତି । ସବୁଠାରୁ ବଡ କଥା ହେଉଛି କେବଳ ଗୁଜବ ଆଧାରରେ ବାରମ୍ବାର ଲୋକେ ଏଭଳି ଆଇନକୁ ହାତକୁ ନେଉଛନ୍ତି ।

ସୂଚନା ଅନୁସାରେ, ଏକ ବିସ୍କୁଟ ଫ୍ୟାକ୍ଟ୍ରିରେ କାମ କରୁଥିବା ଜଣେ ଯୁବକ ସାଙ୍ଗରେ ସାନଭାଇ ଓ ଘର ପାଖର ନାବାଳକକୁ ନେଇ ବାହାରିଥିବାବେଳେ ଏମାନଙ୍କୁ ସନ୍ଦେହରେ ଧରିନେଇଥିଲେ ଗାଁଲୋକେ । ମାନସିକ ବିକୃତି ଥିବାରୁ ଗାଁ ଲୋକଙ୍କ ପ୍ରଶ୍ନର ସଠିକ ଉତ୍ତର ଦେଇପାରିନଥିଲେ । ବାସ୍ ତାପରେ ପିଲାଚୋର ସନ୍ଦେହ କରି ସଜ୍ଜା ଦେବା ଆରମ୍ଭ କରିଦେଇଥିଲେ ଆଖାପାଖ ଗାଁର ଲୋକେ । ଦୁଇ ଭାଇଙ୍କୁ ଏକ ଖୁଂଟରେ ବାନ୍ଧି ନିସସ୍ତୁକ ପିଟିଥିଲେ । ସ୍ଥାନୀୟ ପୋଲିସ୍ ଖବର ପାଇଁ ଦୁଇ ଭାଇଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ପାଇଁ ହସ୍ପିଟାଲ୍ ପଠାଇଥିଲା ।