ପ୍ରବଳ ବର୍ଷା କାରଣରୁ ଗୁଜରାଟରେ ବନ୍ୟା ପରିସ୍ଥିତି ସୃଷ୍ଟି

21

କନକ ବ୍ୟରୋ: ଗୁଜୁରାଟରେ ଜଳପ୍ରଳୟ । ପ୍ରବଳ ବର୍ଷା କାରଣରୁ ଗୁଜରାଟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସବୁଆଡେ ଜଳାର୍ଣ୍ଣବ ପରିସ୍ଥିତି ରହିଥିବା ବେଳେ ବିପନ୍ନଙ୍କୁ ଉଦ୍ଧାର କାର୍ଯ୍ୟରେ ଲାଗିଛି ଏନଡିଆରଏଫ ଟିମ୍ । ରାଜକୋଟ ଅଂଚଳରୁ ଏଏଏଫ ପକ୍ଷରୁ ଜଣେ ପ୍ରସୂତିଙ୍କୁ ଉଦ୍ଧାର କରାଯିବା ସହ ନବଜାତକ ଜାଆଁଳ ଶିଶୁଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି । ହେଲିକପ୍ଟର ଯୋଗେ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଛି ।