ବର୍ଷା ଭୟ ଟଳିଲା ! ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ଝାଡଖଣ୍ଡ ମୁହାଁ

24

କନକ ବ୍ୟରୋ: ଲଘୁଚାପ ପ୍ରଭାବରେ ହେବାକୁ ଥିବା ପ୍ରବଳ ବର୍ଷା ଭୟ ଟଳିଛି । ଉତ୍ତର ବଙ୍ଗୋପସାଗର ଓ ଏହାର ଆଖପାଖ ଦକ୍ଷିଣ ବାଂଲାଦେଶ ଏବଂ ଗାଙ୍ଗେୟ ଉପତ୍ୟାକା ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ପଶ୍ଚିମବଙ୍ଗ ଉପରେ କେନ୍ଦ୍ରିଭୂତ ହୋଇଛି ।

ଲଘୁଚାପ ଏବେ ଗତି ବଦଳାଇ ଝାଡଖଣ୍ଡର ଉତ୍ତର ଦିଗକୁ ଗତି କରୁଛି । ତେଣୁ ଓଡିଶା ସୀମା ଦେଇ ଏହା ଯିବାର ନାହିଁ ବୋଲି ପାଣିପାଗ ବିଭାଗ ଆକଳନ କରିଛି ଏବଂ ଲଘୁଚାପ ପ୍ରଭାବରେ ଉତ୍ତର ଓଡିଶାରେ ବର୍ଷା ହେବ । କିନ୍ତୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଟଳିଛି ।

ଆଂଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଲଘୁଚାପ ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇପାରେ । ହେଲେ ସାରା ରାଜ୍ୟରେ ଆକାଶ ମେଘୁଆ ରହିବ ବୋଲି ନିର୍ଦ୍ଦେଶକ ଶରତ ସାହୁ କହିଛନ୍ତି ।