ମାଆ କୋଳରୁ ଶିଶୁ ପୁତ୍ରକୁ ଝାମ୍ପିନେଲା ବାଘ ! ନୂଆପଡା ହଳଦୀ ଗାଁରେ ୪ ବର୍ଷ ଶିଶୁର କ୍ଷତବିକ୍ଷତ ମୃତଦେହ ଉଦ୍ଧାର

76

କନକ ବ୍ୟୁରୋ: ମାଆ କୋଳରୁ ଶିଶୁପୁତ୍ରକୁ ଝାମ୍ପିନେଲା ବାଘ । ନୂଆପଡା ଖରିଆର ରୋଡ ରେଂଜ ଅନ୍ତର୍ଗତ ହଳଦୀ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତିରେ ୪ ବର୍ଷର ଶିଶୁ ପୁତ୍ରଟି ମା ପାଖରେ ଶୋଇଥିବା ସମୟରେ କଲରାପତିରିଆ ବାଘ ଝାମ୍ପି ନେଇଥିଲା । ଆଜି ସକାଳୁ ଶିଶୁର କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି । ଘଟଣା ସ୍ଥଳରେ ପୁଲିସ ଓ ବନବିଭାଗ ଅଧିକାରୀ ପହଚିଂଛନ୍ତି ।