ବଡ ଖବର ! ପରିବର୍ତ୍ତନ ହେଲା ପାନ୍ କାର୍ଡର ଏହି ତିନି ନିୟମ , ଏପ୍ରିଲ୍ ୧ ତାରିଖରୁ ହେବ ସବୁଠାରୁ ବଡ ପରିବର୍ତ୍ତନ ।

1,251

ଆପଣ ଯଦି ପାନକାର୍ଡ ପ୍ରସ୍ତୁତ କରିବା ପାଇଁ ଯାଉଛନ୍ତି ତେବେ ଏହି ଖବରଟି ଆପଣଙ୍କ ଜାଣିବା ନିହାତି ଆବଶ୍ୟକ । ଆୟକର ବିଭାଗ ପାନକାର୍ଡର ନିୟମରେ କିଛି ପରିବର୍ତ୍ତନ କରିବାର ନିଷ୍ପତ୍ତି ନେଇଛି । ଟେକ୍ସ ବିଭାଗ ମୁତାବକ,ଏବେ ପାନ୍ କାର୍ଡ ଆବେଦନ କରିବା ପାଇଁ ବାପା ମା’ ଙ୍କ ଅଲଗା ହୋଇଥିବା ସ୍ଥିତିରେ ବାପାଙ୍କ ନାଁ ଦେବାର ଅନିବାର୍ଯ୍ୟତାକୁ ସମାପ୍ତ କରିଦିଆଯାଇଛି । ତେବେ ଆସନ୍ତୁ ଜାଣିବା ଏପ୍ରିଲ୍ ୧ ତାରିଖଠାରୁ କେଉଁ ନିୟମ ବଦଳାଇବ ଆୟକର ବିଭାଗ ।

<br />PAN-Aadhaar : ପାନକାର୍ଡକୁ ଆଧାରରେ ଲିଙ୍କ୍ କରିବା ପାଇଁ ଡେଡଲାଇନ୍ ନିକଟତର ହେଲାଣି । ଆୟକର ବିଭାଗର ନିର୍ଦ୍ଦେଶକ୍ରମେ ମାର୍ଚ୍ଚ ୩୧ ୨୦୧୯ ପର୍ଯ୍ୟନ୍ତ ସବୁ ପାନ୍ ହୋଲ୍ଡର ଆଧାରକୁ ପାନ୍ ସହ ଲିଙ୍କ୍ କରିନିଅନ୍ତୁ । ନଚେତ୍ ସେମାନେ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଦେଇପାରିବେ ନାହିଁ ଏବଂ ରିଫଣ୍ଡ ନେଇପାରିବେ । ସୁପ୍ରିମକୋର୍ଟ ମଧ୍ୟ ପାନ୍-ଆଧାର ଲିଙ୍କିଙ୍ଗ୍ କୁ ଭାଲିଡ୍ ମାନି ଲିଙ୍କିଙ୍ଗ୍ ଆଇଟିଆର୍ ନ ଭରିବା ଉପରେ ମୋହର ଲଗାଇସାରିଛି । ଆଇଟି ବିଭାଗ ତରଫରୁ ୨.୫ ଲକ୍ଷ ଟଙ୍କାରୁ ଅଧିକର ଲେଣଦେଣ କରୁଥିବା ନନ୍ – ଇତ୍ପିଭିଜୁଆଲ୍ ଆଣ୍ଟିଟିଜ୍ ପାଇଁ ପାନ୍ କାର୍ଡ ପାଇଁ ଆବେଦନ କରିବା ଅନିବାର୍ଯ୍ୟ ଅଟେ । ଏହି ଆଣ୍ଟିଟିଜ୍ କୁ ଅଗାମୀ ବର୍ଷ ମେ ୩୧ ତାରିଖ ପାନ୍ ପାଇଁ ଆବେଦନ କରିବାକୁ ପଡିବ ।

ନୂଆ ଡିଜାଇନର ପାନ୍ କାର୍ଡ : ନୂଆ କାର୍ଡରେ ଏବେ ଆବେଦକଙ୍କ ନାଁ,ମାତାପିତାଙ୍କ ନାଁ,ଜନ୍ମତିଥି ଏବଂ ପାନ୍ ନମ୍ବର ଛଡା QR କୋଡ୍ ରହିବା ମଧ୍ୟ ଅନିବାର୍ଯ୍ୟ ଅଟେ । QR କୋଡ୍ ରେ ଆବେଦକଙ୍କ ଫଟୋ ଏବଂ ହସ୍ତାକ୍ଷର ସମେତ ଡିଟେଲ୍ସ ମଧ୍ୟ ରହିବ । ଏହି ଡିଟେଲ୍ସ ଡିଜିଟାଲ୍ ସାଇଟ୍ ଏବଂ କୋଡେଡ୍ ହେବ । ଏହାଛଡା ପାନ୍ ଡିଟେଲ୍ସ ଦେବା ପାଇଁ ଆବଶ୍ୟକତା ପଡୁଥିଲେ ସ୍କାନିଙ୍ଗ୍ ଜରିଆରେ ଡିଟେଲ୍ସ ଦେବାକୁ ପଡିବ । ନୂଆ କାର୍ଡରେ ଫଟୋ,ହସ୍ତାକ୍ଷର,ହୋଲୋଗ୍ରାମ୍ ଏବଂ QR କୋଡ୍ ର ସ୍ଥାନ ବଦଳିବ । QR କୋଡରେ e-PAN ରେ ମଧ୍ୟ ମିଳିବ ।

 QR କୋଡ୍ କୁ କିଭଳି କରିବେ ରିଡ୍ : QR କୋଡ୍ କୁ ବିଶେଷ ମୋବାଇଲ୍ ଆପ୍ ଜରିଆରେ ରିଡ୍ କରାଯିବ । ଏଥିପାଇଁ ଗୁଗୁଲ୍ ପ୍ଲେ ଷ୍ଟୋରରେ ମୋବାଇଲ୍ ଆପ୍ Keywords- Enhanced PAN QR Code Reader ଡାଉନଲୋଡ୍ କରିବାକୁ ପଡିବ । QR କୋଡ୍ କୁ ରିଡ୍ କରିବା ପାଇଁ ୧୨ ମେଗାପିକ୍ସେଲର କିମ୍ବା ଏହାଠାରୁ ଅଧିକ ଅଟୋ ଫୋକସ୍ କ୍ୟାମେରାର ଆବଶ୍ୟକତା ରହିଛି ।

ପୁରୁଣା ଡିଜାଇନ୍ ପାନ୍ ବି ରହିବ ଭାଲିଡ୍ : ସୁଚନା ମୁତାବକ, ନୁଆ ଡିଜାଇନର ପାନ୍ କାର୍ଡ ଆସିଥିଲେ ମଧ୍ୟ ୨୦୧୮ ଜୁଲାଇ ୭ ରେ ପ୍ରଥମଥର ପାଇଁ ଜାରୀ କରାଯାଇଥିବା ପୁରୁଣା ଡିଜାଇନର ପାନ୍ କାର୍ଡ ଏବଂ e-PAN ଭାଲିଡ୍ ରହିବ । https://www.tin-nsdl.com/ ୱେବସାଇଟ୍ ଏନେଇ ଅଧିକ ବିବରଣୀ ପାଇପାରିବେ ।