ପ୍ରାର୍ଥୀତାଲିକା ଘୋଷଣା ନେଇ ବିଜେଡିର ପ୍ରଶ୍ନର ଜବାବ୍ ରଖିଲା ବିଜେପି । ଲେଖାଶ୍ରୀ କହିଲେ, ଏ ବିଷୟରେ କାହିଁକି ଚିନ୍ତା କରୁଛି ବିଜୁ ଜନତା ଦଳ

501

କନକ ବ୍ୟୁରୋ: ବିଜେଡିର ପ୍ରଶ୍ନର ଜବାବ୍ ରଖିଛି ବିଜେପି । ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ବିଜେପି ଏକ ଆଂଚଳିକ ଦଳ ନୁହେଁ , ଏକ ରାଷ୍ଟ୍ରୀୟ ଦଳ । ତେବେ ଦଳର କିଛି ପ୍ରକ୍ରିୟା ରହିଛି । ଆଉ ସେହି ପ୍ରକ୍ରିୟା ଅନୁଯାୟୀ ପ୍ରାର୍ଥୀ ଚୟନ ହେଉଛି । ତେଣୁ ବିଜେପିକୁ ବିଜୁ ଜନତା ଦଳର ଇଙ୍ଗିତରେ ପ୍ରାର୍ଥୀ ଦେବାର ଆବଶ୍ୟକତା ନାହିଁ ବୋଲି କହିବା ସହିତ ବିଜେପି ବିଷୟରେ ବିଜେଡିର କାହିଁକି ଚିନ୍ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ତେବେ ଆଜି ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା ହେବା ନେଇ କହିଛନ୍ତି ବିଜେପି ନେତ୍ରୀ ଶ୍ରୀମତି ଲେଖାଶ୍ରୀ ସାମନ୍ତସିଂହାର ।

ବିଜେପିର ପ୍ରାର୍ଥୀତାଲିକା ଘୋଷଣା ନେଇ ଆଜି ପ୍ରଶ୍ନ ଉଠାଇଛି ବିଜେଡି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ପ୍ରାର୍ଥୀ ମିଳୁନଥିବାରୁ ଅନ୍ୟ ଦଳର ଅସନ୍ତୁଷ୍ଟଙ୍କୁ ଅପେକ୍ଷା କରିଛି । ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି । କିନ୍ତୁ ୧୨୦ କଥା କହୁଥିବା ବିଜେପି ଏ ଯାଏଁ ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ । ତାଙ୍କ ପାଖରେ ପ୍ରାର୍ଥୀ ନାହାନ୍ତି, ତାଙ୍କ ଅଙ୍କ ଛିଡୁନି । ତାଙ୍କ ପାଖରେ ପ୍ରାର୍ଥୀ ନାହାନ୍ତି ସେଥିପାଇଁ ଏଭଳି ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ବୋଲି କହିଛି ବିଜେଡି ।