୧୯ ମହାଲଢ଼େଇ ! ମତ ସାବ୍ୟସ୍ତ କରୁଛନ୍ତି ମତଦାତା, ପାଲଲହଡ଼ାରେ କାହାର ପଲା ଭାରି ?

79

କନକ ବ୍ୟୁରୋ: ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ମତଦାନ । ମତ ସାବ୍ୟସ୍ତ କରୁଛନ୍ତି ମତଦାତା । ୬ଟି ସଂସଦୀୟ କ୍ଷେତ୍ର ସହ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚାଲିଛି ଭୋଟ୍ ଗ୍ରହଣ ପ୍ରକ୍ରିୟା । ତେବେ ଢ଼େଙ୍କନାଳ ସଂସଦୀୟ କ୍ଷେତ୍ର ଅଧିନରେ ଥିବା ପାଳଲହଡ଼ା ବିଧାନସଭା କ୍ଷେତ୍ରରେ ଚାଲିଛି କଡ଼ା ମୁକାବିଲା । ଆଉ ନିଜ ଅଞ୍ଚଳ ପାଇଁ ପାଳଲହଡ଼ାବାସୀ ବାଛୁଛନ୍ତି ନେତା । ହେଲେ କ’ଣ କହୁଛି ପାଳଲହଡ଼ା ରାଜନୈତିକ ଇତିହାସ ନଜର ପକାନ୍ତୁ ।

୨୦୧୯ର ଲଢେଇ
ବିଜେଡି: ମୁକେଶ ପାଲ
କଂଗ୍ରେସ: ସୁବ୍ରତ ଗଡନାୟକ
ବିଜେପି: ଅଶୋକ ମହାନ୍ତି

୨୦୧୯-ବିଜେଡି: ମୁକେଶ ପାଲ
– ପୂର୍ବତନ ସମିତିସଭ୍ୟ
– ପୂର୍ବତନ ବ୍ଳକ୍ ଅଧ୍ୟକ୍ଷ
– ବିଜେପିରୁ ବିଜେଡିରେ ସାମିଲ ( ବିଜେପି ଟିକେଟ୍ ନମିଳିବାରୁ )

୨୦୧୯-କଂଗ୍ରେସ: ସୁବ୍ରତ ଗଡନାୟକ
– ଯୁବ ସଂଗଠକ
– ଢେଙ୍କାନାଳ ଯୁବ କଂଗ୍ରେସ ସଭାପତି
– ୧୦ ବର୍ଷ ହେଲା କଂଗ୍ରେସରେ ଅଛନ୍ତି
– ପ୍ରଥମଥର ବିଧାନସଭା ପ୍ରାର୍ଥୀ

୨୦୧୯-ବିଜେପି: ଅଶୋକ ମହାନ୍ତି
– ଅନୁଗୁଳ ଜିଲ୍ଲା ସଭାପତି
– ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ
– ୨୦୧୪ରେ ପରାଜିତ

ନିର୍ବାଚନ ମଣ୍ଡଳୀ ତଥ୍ୟ
– ପାଲଲହଡା ଏବଂ କଣିହା ବ୍ଳକରେ ୧୯ଟି ପଂଚାୟତକୁ ନେଇ ପାଲଲହଡା ନିର୍ବାଚନମଣ୍ଡଳୀ
– ୧୯୫୧ରେ ନିର୍ବାଚନମଣ୍ଡଳୀ ଗଠିତ
– ବିଭୂଦେନ୍ଦ୍ର ପ୍ରତାପ ଦାସ ୩ଥର ବିଧାୟକ
– ନୃସିଂହ ସାହୁ ୨ଥର ବିଧାୟକ

୨୦୧୪ର ଲଢେଇ
– ମୈଦାନରେ ଥିଲେ ମୋଟ ୧୪ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୫୪ ହଜାର ୨୪୬
– ମତ ଦେଇଥିଲେ – ୧ ଲକ୍ଷ ୨୭ ହଜାର ୯୫୮
– ଭୋଟଦାନ ହାର – ୮୨.୯୬%

୨୦୧୪ର ଫଳାଫଳ
ପ୍ରାର୍ଥୀ                  ଦଳ        ଭୋଟ         ପ୍ରତିଶତ       ଫଳାଫଳ
ମହେଶ ସାହୁ         ବିଜେଡି     ୪୪,୨୬୪  ୩୪.୫୯%    ବିଜୟୀ
ସୁବୋଧ ଚନ୍ଦ୍ର ପାଣି   କଂଗ୍ରେସ   ୧୮,୪୮୭   ୧୪.୪୫%    ପରାସ୍ତ
ଅଶୋକ ମହାନ୍ତି       ବିଜେପି    ୩୮,୯୭୦   ୩୦.୪୬%    ପରାସ୍ତ

କିଏ ମାରିଥିଲା ବାଜି?
– ବିଜେଡ଼ିର ମହେଶ ସାହୁ ନିର୍ବାଚନ ଜିତିଥିଲେ
– ୪୪ ହଜାର ୨୬୪ ଖଣ୍ଡ ଭୋଟ ପାଇଥିଲେ ବିଜେଡ଼ି ପ୍ରାର୍ଥୀ
– ବିଜେପି ପ୍ରାର୍ଥୀ ଅଶୋକ ମହାନ୍ତିଙ୍କୁ ପରାସ୍ତ କରିଥିଲେ
– ୫ ହଜାର ୨୯୪ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
– ସ୍ୱାଧୀନ ପ୍ରାର୍ଥୀ ମନୋଜ କୁମାର ସାହୁ ୧୩ ହଜାର ୩୭ ଖଣ୍ଡ ଭୋଟ୍ ପାଇଥିଲେ
– ୧୦ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ