ବାଲେଶ୍ୱରରେ ଶ୍ରୀକାନ୍ତ ଜେନାଙ୍କ ପ୍ରଚାର । ମହାତ୍ମାଗାନ୍ଧୀଙ୍କ ଆର୍ଶୀବାଦ ନେଇ ପ୍ରଚାର ଆରମ୍ଭ କଲେ କଂଗ୍ରେସ ପ୍ରାର୍ଥୀ ।

172

କନକ ବ୍ୟୁରୋ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଶୀର୍ବାଦ ନେଇ ବସ୍ତାରେ ପ୍ରଚାର ଆରମ୍ଭ କଲେ ବାଲେଶ୍ୱର କଂଗ୍ରେସ ସାଂସଦ ପ୍ରାର୍ଥୀ ଶ୍ରୀକାନ୍ତ ଜେନା ଏବଂ ବସ୍ତା ବିଧାୟକ ପ୍ରର୍ଥୀ ବିଜନ କୁମାର ନାୟକ । ଗତକାଲି ଅପରାହ୍ନରେ ବସ୍ତା ଗାନ୍ଧୀଛକ ଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଏକ ବାଇକ ରାଲିରେ ବାଲିଆପାଳରେ ପହଞ୍ଚି ପୁରୁଣା ବସଷ୍ଟାଣ୍ଡରେ ଆୟୋଜିତ କର୍ମୀ ସମାବେଶ ଯୋଗ ଦେଇଥିଲେ । ଏହି ଅବସରରେ ମିଳିମିଶି ବସ୍ତା ଆଉ ବାଲେଶ୍ୱରର ବିକାଶ ପାଇଁ କାର୍ଯ୍ୟ କରିବା ପାଇଁ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲୋ ରାଜ୍ୟରେ ବିଜେଡି ଓ କେନ୍ଦ୍ରରେ ବିଜେପିର କାର୍ଯ୍ୟଧାରାକୁ ତୀବ୍ର ସମାଲୋଚନା କରିଥିଲେ । ବସ୍ତା ଓ ବାଲେଶ୍ୱରର ବିକାଶ ୨୦୦୯ରେ ଶ୍ରୀକାନ୍ତ ଜେନାକେନ୍ଦ୍ରମନ୍ତ୍ରୀ ଥିବା ବେଳେ ହୋଇଥିଲା ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଉଭୟ ବାଲେଶ୍ୱର ସାଂସଦ ପ୍ରାର୍ଥୀ ଓ ବସ୍ତା ବିଧାୟକ ପ୍ରାର୍ଥୀଙ୍କ ସମେତ ବାଲେଶ୍ୱର କଂଗ୍ରେସ ସଭାପତି ସଞ୍ଜିବ କୁମାର ଗିରି,ଜଳେଶ୍ୱର କଂଗ୍ରେସ ନେତା ତଥା ରାଜ୍ୟ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ,ଜଳେଶ୍ୱରର ପୂର୍ବତନ ବିଧାୟକ ଦେବୀ ପ୍ରଶନ୍ନ ଚାନ୍ଦଙ୍କ ସମେତ ବହୁ ସଂଖ୍ୟରେ କର୍ମୀ ଯୋଗ ଦେଇଥିଲେ ।