ଶ୍ରୀଲଙ୍କା ରାଜଧାନୀ କଲମ୍ବୋରେ ହୋଇଥିବା ସିରିଜ ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ମଙ୍ଗଳବାର ସୁଦ୍ଧା ୩୧୦ ଛୁଇଁଛି । ଏହି ବିସ୍ଫୋରଣରେ ଆହତଙ୍କ ସଂଖ୍ୟା ୫୦୦ ଟପିଛି ବୋଲି ଜାଣିବାକୁ ମିଳିଛି । ଶ୍ରୀଲଙ୍କାରେ ଆତଙ୍କବାଦୀମାନେ ଘଟାଇଥିବା ଏହି ବିସ୍ଫୋରଣରେ ୩୦ରୁ ଊର୍ଧ୍ୱ ବିଦେଶୀଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି। ଏମାନଙ୍କ ମଧ୍ୟରୁ ୮ ଜଣ ଭାରତୀୟ ନାଗରିକ ଥିବା ଜାଣିବାକୁ ମିଳିଛି। ଆହତଙ୍କ ମଧ୍ୟରେ ବି ଭାରତୀୟ ନାଗରିକ ଥିବା ସୂଚନା ରହିଛି। ତେବେ, ଗତକାଲି ଜାଣିବାକୁ ମିଳିଥିଲା ଶ୍ରୀଲଙ୍କାରେ ଥିବା ଭାରତୀୟ ଉଚ୍ଚ ଆୟୋଗ ମୃତକ ଭାରତୀୟଙ୍କ ବିଷୟରେ ଟିକିନିକ୍ ଖବର ଦେଉଛନ୍ତି।

Advertisment

publive-image

ଉଲ୍ଲେଖଯୋଗ୍ୟ, ରବିବାର ସକାଳ ପ୍ରାୟ ୮.୩୦ ଠାରୁ ବିସ୍ଫୋରଣ ଆରମ୍ଭ ହୋଇଥିଲା। ଅତଙ୍କବାଦୀମାନେ ପୂରା ଦିନ ଭିତରେ ସମୁଦାୟ ୮ ଥର ବିସ୍ଫୋରଣ ଘଟାଇଥିଲେ। ଦୁଇଟି ଗୀର୍ଜା ଓ ତିନୋଟି ପଞ୍ଚତାରିକା ହୋଟେଲରେ ହୋଇଥିବା ବିସ୍ଫୋରଣରେ ଶହ ଶହ ଲୋକଙ୍କ ଜୀବନ ଯାଇଛି। ସୋମବାର ମଧ୍ୟ ପୁଣି ଥରେ ବିସ୍ଫୋରଣ ଘଟିବାର ସୂଚନା ରହିଛି।