ଆସନ୍ତାକାଲି ରାହୁଲ ଗାନ୍ଧୀଙ୍କ ଭାଗ୍ୟ ପରୀକ୍ଷା । ୱାୟନାଡରେ କାଲି ପଡିବ ଭୋଟ୍ ।

198

କନକ ବ୍ୟୁରୋ: ଆସନ୍ତାକାଲି ଦେଶରେ ଅନୁଷ୍ଠିତ ହେବ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । କେରଳର ସମସ୍ତ ଲୋକସଭା ଆସନରେ କାଲି ପଡିବ ଭୋଟ୍ । ୱାୟନାଡ ଆସନରେ ଦ୍ୱିତୀୟ ଥର ପାଇଁ ନିର୍ବାଚନକୁ ଓହ୍ଲାଇଛନ୍ତି ରାହୁଲ ଗାନ୍ଧୀ । ରାହୁଲଙ୍କ ବିପକ୍ଷରେ ସିପିଆଇର ହେଭିୱେଟ୍ ନେତ୍ରୀ ଆନ୍ନି ରାଜାଙ୍କୁ ପ୍ରାର୍ଥୀ ହୋଇଛନ୍ତି । ସେହିପରି ବିଜେପି କେରଳ ସଭାପତି କେ. ସୁନ୍ଦରନଙ୍କୁ ଭରସା କରିଛି । ତିନି ଜଣ ପ୍ରଭାବଶାଳୀ ନେତା । ସେଥିପାଇଁ ୱାୟନାଡରେ ତ୍ରିମୁଖୀ ଲଢେଇ ହେବାର ସମ୍ଭାବନା ରହିଛି । ରାହୁଲ ଗାନ୍ଧୀ ପୁଣିଥରେ ଏଠାରେ ବାଜି ମାରିବା ପାଇଁ ପୁରା ଦମ୍ ଲଗାଇଦେଇଛନ୍ତି ।

  • କେରଳ ୱାୟନାଡରେ ଜବରଦସ୍ତ ଲଢ଼େଇ
  • ଦ୍ୱିତୀୟ ପଯ୍ୟାୟ ନିର୍ବାଚନରେ ରାହୁଲଙ୍କ ଭାଗ୍ୟ ପରୀକ୍ଷା
  • ୨୦୧୯ରେ ୱାୟନାଡରୁ ବିଜୟୀ ହୋଇଥିଲେ ରାହୁଲ
  • ୭ ଲକ୍ଷ ୦୬ ହଜାର ୩୬୭ ଭୋଟ୍ ମିଳିଥିଲା
  • ଦ୍ୱିତୀୟ ସ୍ଥାନରେ ଥିଲେ ସିପିଆଇର ପିପି ସୁନୀର
  • ସୁନୀରଙ୍କୁ ମିଳିଥିଲା ୨ ଲକ୍ଷ ୩୪ ହଜାର ୫୯୭ ଭୋଟ୍
  • ହେଭି ୱେଟ୍ ନେତ୍ରୀ ଆନ୍ନି ରାଜାଙ୍କୁ ପ୍ରାର୍ଥୀ କରିଛି ସିପିଆଇ
  • ବିଜେପି ରାଜ୍ୟ ସଭାପତି କେ. ସୁରେନ୍ଦ୍ରନଙ୍କୁ ଭରସା କରିଛି
  • ରାହୁଲ, କେ. ସୁରେନ୍ଦ୍ରନ୍ ଓ ଆନ୍ନି ରାଜାଙ୍କ ଭିତରେ ତ୍ରିମୁଖୀ ଲଢ଼େଇ