ଭାରତର ଚାପ ଆଗରେ ମୁଣ୍ଡ ନୂଆଁଇଲା ପାକିସ୍ତାନ ! କୁଳଭୂଷଣଙ୍କୁ ଜେଲରେ ଭେଟିବାକୁ ପତ୍ନୀଙ୍କୁ ଅନୁମତି

26

କନକ ବ୍ୟୁରୋ: ପାକିସ୍ତାନରେ ବନ୍ଦୀ ଥିବା ଭାରତୀୟ ନୌସେନାର ପୂର୍ବତନ କର୍ମଚାରୀ କୁଳଭୂଷଣ ଯାଦବଙ୍କ ମାମଲାରେ ପାକିସ୍ତାନ ନରମ ହୋଇଛି । ମାନବିକତା ଆଧାରରେ ଯାଦବଙ୍କୁ ତାଙ୍କ ପତ୍ନୀଙ୍କ ସହ ସାକ୍ଷାତ କରାଇବାକୁ ଭାରତକୁ ପ୍ରସ୍ତାବ ଦେଇଛି ପାକିସ୍ତାନ । ପାକିସ୍ତାନ ବିଦେଶ ମନ୍ତ୍ରାଳୟ ତରଫରୁ ଜାରି ବୟାନରେ କୁହାଯାଇଛି, ମାନବିକତା ଆଧାରରେ ଯାଦବଙ୍କୁ ତାଙ୍କ ପତ୍ନୀଙ୍କ ସହ ସାକ୍ଷାତ କରିବାକୁ ସୁଯୋଗ ଦିଆଯିବ । ତେବେ ଏହି ସାକ୍ଷାତ ପାକିସ୍ତାନରେ ହେବ ।

ଏନେଇ ଗତକାଲି ଭାରତୀୟ ହାଇକମିସନଙ୍କୁ ଏକ ନୋଟ୍ ପଠାଯାଇଥିବା ପାକ୍ ବିଦେଶ ମନ୍ତ୍ରାଳୟ ସୂଚନା ଦେଇଛି । ପାକିସ୍ତାନର ସେନା ଅଦାଲତ କୁଲଭୂଷଣଙ୍କ ଉପରେ ଗୁଇନ୍ଦାଗିରି ଓ ଆତଙ୍କବାଦ ଚଳାଉଥିବା ଅଭିଯୋଗ ଲଗାଇ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛି । ତେବେ ଅନ୍ତଃରାଷ୍ଟ୍ରୀୟ ଅଦାଲତ କୁଳଭୂଷଣଙ୍କ ଫାଶି ଉପରେ ରୋକ୍ ଲଗାଇଛନ୍ତି ।