ପୁଣି ଆରମ୍ଭ ହେଲା ମୋଦି ଯୁଗ : ଭାରତର ନୂଆ ସରକାର ସହ ଆଲୋଚନା ପାଇଁ ପ୍ରସ୍ତୁତ ପାକିସ୍ତାନ

236

କନକ ବ୍ୟୁରୋ : ପ୍ରଚଣ୍ଡ ବହୁମତରେ ବିଜୟୀ ହୋଇଛି ବିଜେପି । କେନ୍ଦ୍ରରେ ପୁଣି ମୋଦି ସରକାର । ପୁଣି ଥରେ ସରକାର ଗଢ଼ିବ ବିଜେପି । ଦେଶରେ ପୁରି ଥରେ ଆରମ୍ଭ ହେବ ମୋଦି ଯୁଗ । ତେବେ ମୋଦି ପୁଣି ଥରେ ସରକାର ଗଢ଼ିବା ନେଇ ଦେଶବାସୀ ଯେତିକି ଉତ୍ସାହିତ ତା’ଠାରୁ ଅଧିକ ଚିନ୍ତାରେ ପାକିସ୍ତାନ । ୨୦୧୯ ଲୋକସଭା ନିର୍ବାଚନରେ ମୋଦିଙ୍କ ବିଜୟ ପରେ ବଦଳିଯାଇଛି ପଡ଼ୋଶୀ ଦେଶର ସ୍ୱର । ସବୁବେଳେ ଭାରତ ସହ ଶତ୍ରୁତା କରୁଥିବା ଦେଶ ଆଜି ବନ୍ଧୁତାର ହାତ ବଢ଼ାଇବା ପାଇଁ ପ୍ରସ୍ତୁତ । ମୋଦି ଯୁଗରେ କେଉଁଠି ନା କେଉଁଠି ଶଙ୍କିତ ହୋଇଯାଇଛି ପାକିସ୍ତାନ । ପାକିସ୍ତାନ ଏବେ ଭୟରେ ରହୁଛି ବୋଲି ମଧ୍ୟ କୁହାଯାଇପାରେ ।

ଅହିନକୂଳ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇବା ପାଇଁ ଚାହୁଁଛି ପାକିସ୍ତାନ । ଏବେ ଶତ୍ରୁତା ଛାଡ଼ି ଶାନ୍ତିପୂର୍ଣ୍ଣ ଆଲୋଚନା ପାଇଁ ପ୍ରସ୍ତୁତ । ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କୁରେସି କହିଛନ୍ତି ଭାରତ ସହ ଆଲୋଚନା ପାଇଁ ପ୍ରସ୍ତୁତ । ଭାରତ ଓ ପାକିସ୍ତାନ ମଧ୍ୟରେ ଶାନ୍ତି ଓ ସମୃଦ୍ଧି ପାଇଁ ଆଲୋଚନା କରି ମାମଲାର ସମାଧାନ କରିବା ଆବଶ୍ୟକ । ସେହିପରି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଗୁରୁବାର ଦିନ ବିଜୟ ନେଇ ମୋଦିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଉଭୟ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ମିଳିତ ଭାବେ କାମ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ।