ଟିକଟକ୍ ସେଲିବ୍ରିଟି ମୋହିତ୍ ମୋରଙ୍କ ହତ୍ୟା ପଛର ଷଡଯନ୍ତ୍ର ଖୋଜିଲା ପୋଲିସ୍ ! ଏଭଳି ଉପାୟରେ ହୋଇଥିଲା ହତ୍ୟା ।

776

ଦିିଲ୍ଲୀ ପୋଲିସ ପକ୍ଷରୁ ଟିକଟକ୍ ସେଲିବ୍ରିଟି ମୋହିତ୍ ମୋରଙ୍କ ହତ୍ୟାକାରୀକୁ ଧରାଯାଇଛି । ଶନିବାର ୧୭ ବର୍ଷୀୟ ଜଣେ ନାବାଳକକୁ ପୋଲିସ୍ ଗିରଫ କରିଛି । ଏହାପରେ ହତ୍ୟାର କାରଣ ମଧ୍ୟ ସାମ୍ନାକୁ ଆସିଯାଇଛି । ୨୧ ମଇରେ ନଜଫଗଢ ଅଞ୍ଚଳରେ ମୋହିତ୍ ମୋରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ।

ସମ୍ପତ୍ତିକୁ ନେଇ ଲାଗିଥିଲା ଝଗଡା :

ପୋଲିସ୍ ମୁତାବକ , ସମ୍ପତ୍ତି ବିବାଦ କାରଣରୁ ମୋହିତଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା । କୁହାଯାଉଛି ଲକ ଗ୍ୟାଙ୍ଗର ସଦସ୍ୟ ମଙ୍ଗୁ ମୋହିତଙ୍କ ଏକ ଫ୍ଲାଟ୍ ରେ ୩୦ ଲକ୍ଷ ଟଙ୍କା ନିବେଶ କରିଥିଲେ , କିନ୍ତୁ ସେ ମରିଗଲେ । କିନ୍ତୁ ଏହା ପରେ ଗ୍ୟାଙ୍ଗ୍ ର ଲୋକମାନେ ତଥା ମଙ୍ଗୁର ସାଥି ୩୦ ଲକ୍ଷ ଟଙ୍କା ମାଗିବାରୁ ମୋହିତ୍ ଦେବାକୁ ମନା କରି ଦେଇଥିଲେ । ଏହି କାରଣରୁ ତାଙ୍କୁ ମାରି ଦିଆଗଲା ।

ପୋଲିସ୍ ଯେଉଁ ୧୭ ବର୍ଷୀୟ ନାବାଳକକୁ ଗିରଫ କରିଛି ସେ ହେଉଛି ସେହି ଗ୍ୟାଙ୍ଗର ସଦସ୍ୟ । ମୋହିତଙ୍କୁ ଏହି ଗ୍ୟାଙ୍ଗ ତରଫରୁ ଦୁଇଥର ଟଙ୍କା ମଗାଯାଇଥିଲା କିନ୍ତୁ ସେ ଟଙ୍କା ଦେବାକୁ ମନା କରିବା ସହ ମାରପିଟ୍ କରିଥିଲେ । ଏହାର ପ୍ରତିଶୋଧ ନେବା ପାଇଁ ଗ୍ୟାଙ୍ଗ୍ ଲୋକମାନେ ମିଶି ମୋହିତ୍ କୁ ଗୁଳି ମାରି ହତ୍ୟା କରିଥିଲେ । ତେବେ ଯେଉଁ ପିଲାଟିକୁ ପୋଲିସ୍ ଗିରଫ କରିଛି ଉକ୍ତ ପିଲାଟି ବାହାରେ ପହରା ଦେବାର କାମ କରୁଥିଲା ଏବଂ ଅନ୍ୟ ସଦସ୍ୟ ମୋହିତଙ୍କୁ ଗୁଳି ମାରିଥିଲେ ।