ଚୋର ମୁହଁ ଟାଣ ! ପାକିସ୍ତାନ କହିଲା ବିଭ୍ରାନ୍ତ କରିବାକୁ ଉଦ୍ୟମ କରୁଛି ଭାରତ

43

କନକ ବ୍ୟୁରୋ : ଭାରତୀୟ ନାଗରିକ କୁଲଭୂଷଣ ଯାଦବଙ୍କୁ ପାକିସ୍ତାନ ଆର୍ମି କୋର୍ଟ ଦେଇଥିବା ଫାଶୀ ଦଣ୍ଡାଦେଶ ଉପରେ ରୋକ୍ ଲାଗିବା ପରେ ଏବେ କୁଲଭୂଷଣଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବା ଭାରତର ପ୍ରଥମ ଆଭିମୁଖ୍ୟ ହୋଇ ରହିଛି । ଆଜି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

କିନ୍ତୁ ଏସବୁ ଭିତରେ ବି ପାକିସ୍ତାନର ମୁହଁ ବନ୍ଦ ହୋଇନି । ଚୋର ମୁହଁ ଟାଣ ଶୈଳୀରେ ପ୍ରତିକ୍ରିୟା ରଖିଛି ପାକିସ୍ତାନ । ଭାରତ ଜାଣିଶୁଣି ମାମଲାକୁ ବାଟବଣା କରୁଛି ବୋଲି କହିଛନ୍ତି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ । ଭାରତ ପ୍ରୋତ୍ସାହନରେ ପାକିସ୍ତାନରେ ଚାଲିଥିବା ଆତଙ୍କବାଦରୁ ଦୃଷ୍ଟି ହଟାଇବା ପାଇଁ ଭାରତ ଅନ୍ତର୍ଜାତୀୟ କୋର୍ଟରେ ଏହି ପ୍ରସଙ୍ଗ ଉଠାଇଉଛି ବୋଲି ପାକିସ୍ତାନ କହିଛନ୍ତି ।