କଳାଧନ ରୋକିବା ନେଇ ମୋଦିଙ୍କ ପଥରେ ପାକିସ୍ତାନ : ଭାରତ ଭଳି ବିମୁଦ୍ରାକରଣ ପ୍ରକ୍ରିୟା ଆରମ୍ଭ

47

କନକ ବ୍ୟୁରୋ : ମୋଦିଙ୍କ ପଦାଙ୍କ ଅନୁସରଣ କଲା ପାକିସ୍ତାନ । ଭାରତ ଭଳି ବିମୁଦ୍ରାକରଣ ପ୍ରକ୍ରିିୟା ଆରମ୍ଭ ହୋଇଛି ପାକିସ୍ତାନରେ । ପାକିସ୍ତାନର ସବୁଠୁ ବଡ ନୋଟ ୫୦୦୦ ଟଙ୍କାକୁ ବନ୍ଦ ପାଇଁ ସିନେଟ୍ ଅନୁମୋଦନ କରିଛି । ପର୍ଯ୍ୟାୟ କ୍ରମେ ବଜାରରୁ ସମସ୍ତ ୫୦୦୦ ଟଙ୍କିଆ ନୋଟ ପ୍ରତ୍ୟାହାର କରାଯିବ । କଳାଧନ ଓ ମନି ଲଣ୍ଡରିଂ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି କୁହାଯାଇଛି ।

ସିନେଟର ଉସମାନ ସୈଫ୍ ଉଲ୍ଲା ଖାନ୍ ଏ ନେଇ ପ୍ରସ୍ତାବ ଆଗତ କରିଥିଲେ । ଏହି ପ୍ରସ୍ତାବକୁ ପାକିସ୍ତାନର ଅପର ହାଉସ ପାରିତ କରିଛି । ଅଲିଖିତ ଅର୍ଥନୀତିର ଆକାରକୁ ଛୋଟ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଉଛି । ପାକିସ୍ତାନର ମୋଟ ୩ ଲକ୍ଷ ୪୦ ହଜାର କୋଟିର ନୋଟ ମଧ୍ୟରୁ ୧ଲକ୍ଷ ୨ ହଜାର ୫୦୦୦ ଟଙ୍କିଆ ନୋଟ ରହିଛି ।