କନକ ବ୍ୟୁରୋ : ବାଟବଣା ହୋଇ ପାକିସ୍ତାନ ସୀମାରେ ପଶିଯାଇଥିବା ଚନ୍ଦୁଲାଲ୍ ଚୌହ୍ୱାନଙ୍କୁ ମିଳିଲା ମୁକ୍ତି । ଭାରତର ସର୍ଜିକାଲ ଷ୍ଟ୍ରାଇକ୍ ସମୟରେ ପାକିସ୍ତାନ ସୀମାକୁ ଚାଲିଯାଇଥିବା ଭାରତୀୟ ଯବାନଙ୍କୁ ଆଜି ପାକିସ୍ତାନ ମୁକ୍ତ କରିଛି । ୱାଘା ବୋର୍ଡର ନିକଟରେ ଚନ୍ଦୁ ବାବୁଲାଲ ଚୌହ୍ୱାନଙ୍କୁ ଭାରତୀୟ ସେନାକୁ ହସ୍ତାନ୍ତର କରିଛି ପାକିସ୍ତାନ । ମିତ୍ରଭାବ ସ୍ଥାପନ ଏବଂ ଅର୍ନ୍ତଜାତୀୟ ସୀମାରେ ଶାନ୍ତି ସ୍ଥାପନ ଉଦ୍ଦେଶ୍ୟରେ ଭାରତୀୟ ଯବାନଙ୍କୁ ଛାଡ଼ି ଦିଆଯାଇଥିବା ପାକିସ୍ତାନର ସମ୍ବାଦପତ୍ର ଡନରେ ପ୍ରକାଶ ପାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଚନ୍ଦୁଙ୍କ ଭାଇ ଭୂଷଣ ଚୌହ୍ୱାନ ଏନେଇ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପାକିସ୍ତାନ ପଟୁ ବାରମ୍ବାର ଅସ୍ତ୍ରବିରୋଧୀ ଉଲଂଘନ ହେବା ପରେ ଗତ ସେପ୍ଟେମ୍ବର ୨୯ ତାରିଖରେ ଭାରତ ପକ୍ଷରୁ ସର୍ଜିକାଲ ଷ୍ଟ୍ରାଇକ୍ କରାଯାଇଥିଲା । ଆଉ ଏହି ଅପରେସନ୍ ପରେ ପରେ ହିଁ ଚନ୍ଦୁ ବାବୁଲାଲ ଭୂଲକ୍ରମେ ପାକିସ୍ତାନକୁ ଚାଲିଯାଇଥିଲେ ।