ପାକିସ୍ଥାନ ନିର୍ବାଚନରେ ଭାଗ୍ୟ ପରୀକ୍ଷା କରିବେ ପ୍ରଥମ ହିନ୍ଦୁ ମହିଳା ! 

40

ପାକିସ୍ଥାନର ସିନ୍ଧ ପ୍ରାନ୍ତଠାରେ ହେବାକୁ ଯାଉଥିବା ନିର୍ବାଚନରେ ପ୍ରଥମ ଥର  ହିନ୍ଦୁ ଧର୍ମର ଜଣେ ମହିଳା ଭାଗ ନେବାକୁ ଯାଉଛନ୍ତି । ୨୫ ଜୁଲାଇକୁ ହେବାକୁ ଥିବା ଏହି ନିର୍ବାଚନରେ ମେଘବାର ସମ୍ପ୍ରଦାୟର ମହିଳା ସୁନୀତା ପରମାର(୩୧)ବିଧାନସଭା ସିଟରୁ ର୍ନିଦଳୀୟ ଭାବେ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି । ସୁଚନା ଅନୁସାରେ, ୨୦୧୭ ମସିହା ଜନଗଣନା ରିପୋର୍ଟ ଅନୁସାରେ ଥାରପରକରର ମୋଟ ଜନସଂଖ୍ୟା ୧୬ ଲକ୍ଷ ଅଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ହିନ୍ଦୁ ସଂପ୍ରଦାୟର ଲୋକ ଅଟନ୍ତି । ଏହା ଏକମାତ୍ର ସିଟ୍ ଯେଉଁଥିରେ ପାକିସ୍ଥାନ ମୁକାବିଲାରେ ଏଠାରେ ଅଧିକ ହିନ୍ଦୁ ମତଦାତା ରହିଛନ୍ତି ।

ମିଡିଆ ରିପୋର୍ଟ ଅନୁସାରେ ସୁନୀତାଙ୍କ କହିବାନୁସାରେ ପୂର୍ବ ସରକାର ଲୋକଙ୍କୁ ଦେଇଥିବା କଥା ଅନୁସାରେ ସେଭଳି କୌଣସି କାମ ବାସ୍ତବରେ କାର୍ଯ୍ୟକାରୀ କରିପାରିଲେ ନାହିଁ । ଯାହା ଫଳରେ ସେ ନିର୍ବାଚନରେ ପ୍ରବେଶ କରିବାକୁ ମନସ୍ଥ କଲେ । ବର୍ତ୍ତମାନ ମଧ୍ୟ ସେଠାରେ ମହିଳାଙ୍କ ସ୍ୱାସ୍ଥ୍ୟ ସୁବିଧା ଏବଂ ଶିକ୍ଷା ସଂସ୍ଥା ଉପରେ ସେତେଟା ଗୁରୁତ୍ୱ ଦିଆଯାଉନାହିଁ । ସୁନୀତା କହିଛନ୍ତି ଯେ ଯଦି ସେ ଏହି ନିର୍ବାଚନରେ ଜିତିବାରେ ସଫଳ ରୁହନ୍ତି ତେବେ ପ୍ରଥମେ ଗାଁର ଝିଅମାନଙ୍କ ପାଇଁ ଶିକ୍ଷାକ୍ଷେତ୍ରରେ ସୁବିଧା ଏବଂ ମହିଳାଙ୍କ ସ୍ୱାସ୍ଥ୍ୟରେ ସୁବିଧା ଆଣିବେ ।