ବିଧାନସଭାରେ ପୂଜାପାଠ କରାଇଲେ ମୁଖ୍ୟମନ୍ତ୍ରୀ ରମଣ ସିଂ ! ଚୁତର୍ଥ ଥର ସରକାର ଗଢିବା ପାଇଁ ନେଲେ ମନ୍ତ୍ରଯନ୍ତ୍ରର ସହାୟତା ।

27

କନକ ବ୍ୟୁରୋ : ଛତିଶଗଡ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ତନ୍ତ୍ରପୂଜା । ମୁଖ୍ୟମନ୍ତ୍ରୀ ରମଣ ସିଂ ଜଣେ ତାନ୍ତ୍ରିକଙ୍କୁ ଡକାଇ ବିଧାନସଭାରେ ତନ୍ତ୍ରପୂଜା କରାଇବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଲଗାତାର ଚତୁର୍ଥ ଥର ଲାଗି ସରକାର ଗଠନ ପାଇଁ ରମଣ ସିଂ ଏହି ତନ୍ତ୍ରପୂଜାର ସାହାରା ନେଇଛନ୍ତି । ତାନ୍ତ୍ରିକ ରାମଲାଲ କଶ୍ୟପ ଏହି ତନ୍ତ୍ରପୂଜା କରିଛନ୍ତି ।

ତାନ୍ତ୍ରିକ ଜଣକ ଗେରୁଆ ବସ୍ତ୍ର ପିନ୍ଧିଥିବାବେଳେ ମୁଣ୍ଡରେ ଲାଲ ରଙ୍ଗ ବୋଳିଥିଲେ । ତାଙ୍କ ଗଳାରେ ୧୧ କିଲୋ ଓଜନର ବିଭିନ୍ନ ମାଳା ଥିବା ଦେଖିବାକୁ ମିଳିଥିଲା । ପୂଜାପାଠ ପରେ ତାନ୍ତ୍ରିକ ବିଧାନସଭା ପରିସରରୁ ମାଟି ନେବା ସହ ପବିତ୍ର ଅମରନାଥ ପୀଠର ମାଟିକୁ ମିଶାଇ ପୂଜା କରି ନଦୀରେ ପ୍ରବାହିତ କରିବେ ବୋଲି କହିଥିଲେ । ପୂର୍ବରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ଓ ୨୦୧୪ ମସିହାରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତନ୍ତ୍ର ମନ୍ତ୍ର ସାଧନା ନେଇ ଚର୍ଚ୍ଚାରେ ଥିଲେ ।