ଫସରଫାଟିଲା ଆତଙ୍କବାଦୀ ହାଫିଜ ସଇଦର ଯୋଜନା ! ଲଢ଼ିପାରିବେନି ନିର୍ବାଚନ, ନବଗଠିତ ରାଜନୈତିକ ଦଳକୁ ମାନ୍ୟତା ଦେଲେ ନାହିଁ ନିର୍ବାଚନ କମିସନ

43

କନକ ବ୍ୟୁରୋ : ପାକିସ୍ତାନ ନିର୍ବାଚନ ଆୟୋଗ ଆତଙ୍କବାଦୀ ହାଫିଜ୍ ସଇଦକୁ ଜୋରଦାର ଝଟକା ଦେଇଛନ୍ତି। ସମଗ୍ର ବିଶ୍ୱରେ ଆତଙ୍କବାଦକୁ ଉସକାଉଥିବା ହାଫିଜ ସଇଦ ରାଜନୈତିକ ଦକ ଗଢ଼ି ପାକିସ୍ତାନରେ କ୍ଷମତାସୀନ ହେବା ପାଇଁ ଯେଉଁ ଯୋଜନା କରିଥିଲା ସେଥିରେ ପାକିସ୍ତାନ ନିର୍ବାଚନ କମିସନ ପାଣି ଢ଼ାଳି ଦେଇଛନ୍ତି। ପାକିସ୍ତାନ ନିର୍ବାଚନ କମିସନ୍ ହାଫିଜ ସଇଦର ନବଗଠିତ ରାଜନୈତିକ ଦଳ ମିଲ୍ଲୀ ମୁସଲିମ୍ ଲିଗକୁ ରାଜନୈତିକ ଦଳର ମାନ୍ୟତା ଦେବାକୁ ମନା କରି ଦେଇଛନ୍ତି। କେବଳ ସେତିକି ନୁହେଁ, ହାଫିଜ ସଇଦର ନିର୍ବାଚନ ଲଢ଼ିବା ଉପରେ ମଧ୍ୟ ନିର୍ବାଚନ କମିସନ ରୋକ ଲଗାଇଛନ୍ତି।

ଗତ ୬ ମାସ ହେବ ଆମେରିକା ଚାପ ଆଗରେ ମୁଣ୍ଡ ନୁଆଁଇ ପାକିସ୍ତାନ ସରକାର ହାଫିଜ୍ ସଇଦକୁ ଗୃହବନ୍ଦୀ କରି ରଖିଛନ୍ତି। ଏହି ସମୟ ମଧ୍ୟରେ ଗତମାସ  ହାଫିଜ୍ ସଇଦ ଏକ ନୂଆ ରାଜନୈତିକ ଦଳ ଗଢ଼ି ପାକିସ୍ତାନରେ କ୍ଷମତା ହାସଲ ପାଇଁ ଯୋଜନା କରିଥିଲା। ହାଫିଜ ସଇଦର ଏହି ଯୋଜନା ଏବେ ଫସରଫାଟି ଯାଇଛି।

କେବଳ ଏତିକି ଦୁର୍ନିତୀ ମାମଲାରେ ସୁପ୍ରିମକୋର୍ଟ ନୱାଜ ସରିଫଙ୍କୁ ପଦରୁ ବିତାଡିତ କରିବା ପରେ ଖାଲି ପଡିଥିବା ଆସନରେ ଏବେ ତାଙ୍କ ସ୍ତ୍ରୀ କୁଳସୁମ ନୱାଜ ପ୍ରତିଦ୍ୱନ୍ଦିତା କରୁଛନ୍ତି । ତେବେ ଏହି ଆସନରେ ହାଫିଜ ସଇଦଙ୍କ ସମର୍ଥନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରୁଥିବା ଶେଖ୍ ମହମ୍ମଦଙ୍କୁ କଡା ଚେତାବନୀ ଦେଇଛନ୍ତି ପାକିସ୍ତାନ ନିର୍ବାଚନ ଆୟୋଗ । ମହମ୍ମଦ ନିର୍ବାଚନ ପ୍ରଚାରରେ ମୁମ୍ମାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସଇଦର ଫଟୋ ବ୍ୟବହାର  କରୁଥିବାରୁ ଖପ୍ପା ହୋଇଛନ୍ତି ନିର୍ବାଚନ ଅୟୋଗ ।

ଏନେଇ ଗୁରୁବାର ୟାକୁବକୁ ନୋଟିସ ଜାରି କରିଛନ୍ତି ନିର୍ବାଚନ ଆୟୋଗ ।  ହାଫିଜ ସଇଦ ଫଟୋ ଥିବା ହୋଡିଂ ନମାରିବା ସହ ତାର ସଂଗଠନର ବ୍ୟାନରରେ ନିର୍ବାଚନ ପ୍ରଚାର ବନ୍ଦ କରିବାକୁ ନିର୍ବାଚନ କମିଶନ ଚେତାବନୀ ଦେଇଛନ୍ତି । ଯଦି ଏହି ନିୟମ ୟାକୁବ ପାଳନ ନକରେ ତେବେ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗରେ ୟାକୁମ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ବାଚନ ଆୟୋଗ ଚେତାଇ ଦେଇଛନ୍ତି । ଆଗାମୀ ସେପ୍ଟେମ୍ବର ୧୭ରେ ଏହି ଆସନରେ ଉପ-ନିର୍ବାଚନ ହେବ । ଯଦି ଏହି ନିର୍ବାଚନରେ କୁଲସୁମ ବିଜୟୀ ହୁଅନ୍ତି ତେବେ ଆଠ ମାସ ପାଇଁ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିବେ । କାରଣ ପରବର୍ତ୍ତୀ ସାଧାରଣ ନିର୍ବାଚନକୁ ଆଉ ମାତ୍ର ଆଠ ମାସ ବାକି ରହିଛି ।

ପୂର୍ବରୁ ପାକିସ୍ତାନ ସୁପ୍ରିମମେକାର୍ଟ ନୱାଜ ସରିଫଙ୍କୁ ପାନାମା ପେପର ମାମଲାରେ ପ୍ରଧାନମନ୍ତ୍ରୀ ପଦରୁ ହଟାଇଥିଲେ । ତା ସହ ନୱାଜଙ୍କ ନିର୍ବାଚନ ଲଢ଼ିବା ଉପରେ ମଧ୍ୟ ରୋକ ଲଗାଇଥିଲେ ସୁପ୍ରିମକୋର୍ଟ । ଏହାପରେ କ୍ଷମତାକୁ ଆସିବା ପାଇଁ ଆତଙ୍କବାଦୀ ହାଫିଜ ସଇଦ ମସୁଧା ଆରମ୍ଭ କରିଥିଲା । ଏପରିକି ଏକ ରାଜନୈତିକ ଦଳ ଗଠନ କରି ନୱାଜଙ୍କୁ ଚେକ୍ ଦେବାକୁ ସୁଯୋଗ ଖୋଜୁଥିଲା । ତେବେ ହାଫିଜର ରାଜନୈତିକ କ୍ୟାରିୟରରେ କଣ୍ଟା ସାଜିଥିଲେ ସୁପ୍ରିମକୋର୍ଟ । ହାଫିଜର ସଂଗଠନକୁ ରାଜନୈତିକ ଦଳ ଭାବେ ମାନ୍ୟତା ଦେବାକୁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ