ଲିଟିଲ୍ ମିସ୍ ୟୁନିଭର୍ସ ! ଭାରତକୁ ପ୍ରତିନିଧିତ୍ୱ କରିବାକୁ ସରକାରୀ ସହାୟତା ଚାହିଁଲେ ଓଡିଆ ଝିଅ ପଦ୍ମାଳୟା

129

କନକ ବ୍ୟୁରୋ : ଜୁନ୍ ୧ ତାରିଖରୁ ଜର୍ଜିଆରେ ଆରମ୍ଭ ହେଉଛି ଲିଟିସ୍ ମିସ୍ ୟୁନିଭର୍ସ ପ୍ରତିଯୋଗିତା । ଏହି ବିଶ୍ୱସ୍ତରୀୟ ପ୍ରତିଯୋଗୀତାର ଶେଷ ପର୍ଯ୍ୟାୟରେ ଶ୍ରେଷ୍ଠ ୧୫ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଓଡିଆ ଝିଅ ପଦ୍ମାଳୟା ନନ୍ଦ । ତେବେ ବିଶ୍ୱ ଦରବାରରେ ଭାରତକୁ ପ୍ରତିନିଧିତ୍ୱ ପାଇଁ ସେ ଏକାକି ହୋଇପଡିଛନ୍ତି । କାରଣ , ଏହି ବିଶ୍ୱ ସ୍ତରୀୟ ପ୍ରତିଯୋଗୀତା ପାଇଁ ଭାରତ ସରକାର କିମ୍ବା ଓଡିଶା ସରକାର କାହାର ନିଘା ନାହିଁ । ତେଣୁ ବ୍ୟକ୍ତିଗତ ସ୍ତରରେ କିଭଳି ଏହି ବିଶ୍ୱସ୍ତରୀୟ ପ୍ରତିଯୋଗୀତାରେ ଭାରତକୁ ପ୍ରତିନିଧିତ୍ୱ କରିବେ ସେନେଇ ଚିନ୍ତାରେ ଅଛନ୍ତି ।

ମିସ୍ ୟୁନିଭର୍ସ ପରି ବିଶ୍ୱସ୍ତରୀୟ ସୁନ୍ଦରୀ ପ୍ରତିଯୋଗୀତାର ଆୟୋଜନ କରୁଥିବା ୟୁନାଇଟେଡ୍ କିଙ୍ଗଡମ୍ ୟୁନିଭରସାଲ୍ ପ୍ରଡକ୍ସନ ଏହି ଲିଟିଲ୍ ମିସ୍ ୟୁନିଭର୍ସ ପ୍ରତିଯୋଗୀତାର ଆୟୋଜକ । ଆଉ ଏହି ପ୍ରତିଯୋଗୀତାର ଶେଷ ପର୍ଯ୍ୟାୟ ସବୁଠାରୁ ଜଟିଳ । ବାକି ୧୪ ଟି ଦେଶ ଏହି ପର୍ଯ୍ୟାୟ ପାଇଁ ବିପୁଳ ସରକାରୀ ସହାୟତାରେ ବଡ ଧରଣର ଆୟୋଜନ କରୁଥିବା ନେଇ ସୂଚନା ମିଳୁଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବେ ଭାରତକୁ ପ୍ରତିନିଧିତ୍ୱ କରୁଥିବା ପଦ୍ମାଳୟା ସମ୍ପୂଣ୍ଣ ଏକାକୀ ହୋଇଯାଇଛନ୍ତି ।