ସାତ ବର୍ଷ କାଳ ‘ବୃଥାରେ’ କୋର୍ଟରେ ଅପେକ୍ଷା କଲି, କେହି ପ୍ରମାଣ ଦେଲେ ନାହିଁ : ଟୁଜି ଦୁର୍ନୀତିର ରାୟ ଶୁଣାଇଥିବା ସ୍ୱତନ୍ତ୍ର ବିଚାରପତି ଓ. ପି. ସାଇନି

44

ବହୁ ଚର୍ଚ୍ଚିତ ଟୁ-ଜି ଦୁର୍ନୀତିିରେ ୧୫୫୨ ପୃଷ୍ଠାର ରାୟ ଦେଇଥିବା ସ୍ୱତନ୍ତ୍ର ଜଜ୍ ଓ. ପି. ସାଇନିଙ୍କ ଉପରେ ସମସ୍ତଙ୍କର ଦୃଷ୍ଟି । ଓ ପି ସାଇନି ଲେଖିଛନ୍ତି- “୭ ବର୍ଷ କାଳ ସକାଳ ୧୦ଟାରୁ ୫ଟା ପର୍ଯ୍ୟନ୍ତ ଅପେକ୍ଷା କଲା ପରେ ବି କେହି ବି ପ୍ରମାଣ ଦେବାକୁ ଆସିନଥିଲେ । ଏଥିରେ ଗ୍ରୀଷ୍ମବକାଶରେ ବି ମୁଁ କାମ କରିଥିଲି । ଯାହା ବି ଅଭିଯୋଗ ଆସିଥିଲା ସେ ନେଇ ଯଥେଷ୍ଟ ପ୍ରମାଣ ନଥିଲା । କେବଳ ଲୋକଙ୍କ ମୁହଁର ଗୁଜବ, ଗୁଲିଗପକୁ ନେଇ କାହାକୁ ଦୋଷୀ କରାଯାଇପାରିିବ ନାହିଁ । ସିବିଆଇ ଓ ଇଡି କେସ୍ ଆରମ୍ଭରେ ଯେଭଳି ଆଗ୍ରହ ଦେଖାଇଥିଲେ ଶେଷ ବେଳକୁ ତାହା ଦେଖାଇନଥିଲେ ।

ମକଦ୍ଦମା ଚଲାଉଥିବା ସିବିଆଇ ଓ ଇଡି ଅଧିକାରୀଙ୍କ ପ୍ରମାଣରେ ଅନେକ ତଥ୍ୟଗତ ତ୍ରୁଟିଥିଲା । ସେମାନେ ମାମଲାକୁ ଯେଭଳି ପରିିଚାଳନା କରୁଥିଲେ ତାହା ଦିଗହୀନ ଓ ଅନିଶ୍ଚିତ ହୋଇଯାଇଥିଲା ।’’ ସିବିଆଇର ଅଫିସର ଓ ସରକାରୀ ଓକିଲଙ୍କ ବ୍ୟବହାର ନେଇ ମଧ୍ୟ ସେ କିଛି ଉଦାହରଣ ଦେଇଛନ୍ତି । “ଅନେକ ଅଭିଯୋଗ ଉପରେ ସିବିଆଇର ବରିଷ୍ଠ ଅଫିସର ଓ ବରିଷ୍ଠ ସରକାରୀ ଓକିଲମାନେ ଦସ୍ତଖତ କରିବାକୁ ବି ଆଗ୍ରହ ଦେଖାଉନଥିଲେ । ବିନା ଦସ୍ତଖତରେ କୋର୍ଟରେ ଦାଖଲ ହୋଇଥିବା କୌଣସି କାଗଜର ମୂଲ୍ୟ ବା କ’ଣ ହୋଇପାରେ ।’’

ଅନ୍ୟପଟରେ ଟୁ-ଜି ଦୁର୍ନୀତିକୁ ପ୍ରଥମେ ସୁପ୍ରିମକୋର୍ଟ ନେଇଥିବା ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ତତକାଳୀନ ସରକାରୀ ଆଟର୍ଣ୍ଣିଂ ଜେନେରାଲ ମୁକୁଲ ରୋହତଗୀଙ୍କର କଡ଼ା ସମାଲୋଚନା କରିଛନ୍ତି । ମୁକୁଲ ରୋହତଗୀ ଅନେକ ଦୁର୍ନୀତିଗ୍ରସ୍ତ ଲୋକଙ୍କ କେସ ପରିଚାଳନା କରୁଥିବାରୁ ତାଙ୍କୁ ମାମଲାରୁ ହଟାଯାଉ ବୋଲି ସେ ବାରମ୍ବାର ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଥିବା ଦର୍ଶାଇଛନ୍ତି । ତେବେ ୨୦୧୯ ନିର୍ବାଚନରେ ଦେଶର ଲୋକେ ଏଥିପାଇଁ ବିଜେପି ଉପରେ ପ୍ରଶ୍ନ ଉଠାଇବେ ବୋଲି ସେ କହିଛନ୍ତି ।