ବିଶ୍ୱର ୪୦୦୦ ଶୀର୍ଷସ୍ତରୀୟ ବୈଜ୍ଞାନିକଙ୍କ ମଧ୍ୟରେ ମାତ୍ର ୧୦ ଜଣ ଭାରତୀୟ; ତାହା ମଧ୍ୟରୁ ଭୁବନେଶ୍ୱରରୁ ଜଣେ

ବିଶ୍ୱର ୪୦୦୦ ଶୀର୍ଷସ୍ତରୀୟ ବୈଜ୍ଞାନିକଙ୍କ ତାଲିକାରେ ମାତ୍ର ୧୦ ଜଣଙ୍କ ନାମ ରହିଛି

639

କନକ ବ୍ୟୁରୋ : ଭାରତରେ ଆଇଆଇଏସସି, ଆଇଆଇଟି, ଟିଆଇଏଫ୍ଆର୍, ଜେଏନ୍ୟୁ ଏବଂ ଟିସ୍ ଆଦି ପ୍ରସିଦ୍ଧ ବିଜ୍ଞାନ ଏବଂ ସାମାଜିକ ବିଜ୍ଞାନ ପ୍ରତିଷ୍ଠାନ ଆଦି ଥାଇ ସୁଦ୍ଧା ବିଶ୍ୱର ୪୦୦୦ ଶୀର୍ଷସ୍ତରୀୟ ବୈଜ୍ଞାନିକଙ୍କ ତାଲିକାରେ ମାତ୍ର ୧୦ ଜଣଙ୍କ ନାମ ରହିଛି। ପୁଣି, ଏହି ୧୦ ଜଣ ଦେଶର କୌଣସି ଅଗ୍ରଣୀ ପ୍ରତିଷ୍ଠାନର ନୁହନ୍ତି। ସମ୍ପ୍ରତି କ୍ଲାରିଭେଟ୍ ଆନାଲିଟିକ୍ସ୍ ନାମକ ଏକ ସଂସ୍ଥା ବିଶ୍ୱର ୪୦୦୦ ସବୁଠୁ ପ୍ରଭାବଶାଳୀ ଗବେଷକଙ୍କ ତାଲିକା ପ୍ରକାଶ ଏହା ପ୍ରକାଶ ପାଇଛି। ଇନଷ୍ଟିଚ୍ୟୁଟ ଅଫ ଲାଇଫ ସାଇନ୍ସ, ଭୁବନେଶ୍ୱରର ସଞ୍ଜୀବ କୁମାର ସାହୁଙ୍କ ନାମ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି।

 

ପ୍ରସିଦ୍ଧ ବୈଜ୍ଞାନିକ ତଥା ପ୍ରଧାନମନ୍ତ୍ରୀଙ୍କ ବୈଜ୍ଞାନିକ ପରାମର୍ଶ ଦାତା ପରିଷଦର ପୂର୍ବତନ ମୁଖ୍ୟ ସିଏନ୍ଆର୍ ରାଓଙ୍କ ନାମ ଉକ୍ତ ତାଲିକାରେ ରହିଛି। ବିଶ୍ୱର ୬୦ ଦେଶରୁ ବୈଜ୍ଞାନିକଙ୍କୁ ତାଲିକାଭୁକ୍ତ କରାଯାଇଥିବା ଏହି ତାଲିକାର ଶତକଡ଼ା ୮୦ ଭାଗ ବିଜ୍ଞାନୀ ହେଉଛନ୍ତି କେବଳ ୧୦ଟି ଦେଶର। ସେଥିରେ ପୁଣି ୭୦% ହେଉଛନ୍ତି ମାତ୍ର ୫ଟି ଦେଶର। ବିଶ୍ୱସ୍ତରୀୟ ପ୍ରତିଷ୍ଠାନଗୁଡ଼ିକ ମଧ୍ୟରୁ ହାର୍ଭାର୍ଡ ୟୁନିଭର୍ସିଟିରୁ ସର୍ବାଧିକ ୧୮୬ ଜଣଙ୍କ ନାମ ରହିଛି। ୪୮୨ ଜଣଙ୍କ ନାମ ଥାଇ ତାଲିକାର ୩ୟ ସ୍ଥାନରେ ରହିଛି ଚୀନ୍। ୨, ୬୩୯ ନାମ ଥାଇ ତାଲିକାର ସବୁଠାରୁ ଆଗରେ ରହିଛି ଯୁକ୍ତରାଷ୍ଟ୍ର ଆମେରିକା। ୫୫୬ଜଣଙ୍କ ନାମ ଥିବା ଇଂଲଣ୍ଡ ରହିଛି ଦ୍ୱିତୀୟ ସ୍ଥାନରେ।

 

ତାଲିକାଭୁକ୍ତ ହୋଇଥିବା ଜେଏନ୍ୟୁର ଦିନେଶ ମୋହନ କହନ୍ତି: ଗତବର୍ଷ ଯାଏଁ ତାଲିକାରେ ୫ ଜଣରୁ କମ୍ ଭାରତୀୟ ଥିଲେ। ଏ ବର୍ଷ ସେମାନେ ‘କ୍ରସ୍-ଫିଲ୍ଡ୍’ ନାମକ ଏକ ବର୍ଗ ଯୋଗ କରିବାରୁ ୧୦ ଜଣକ ନାମ ତାଲିକାଭୁକ୍ତ ହୋଇ ପାରିଛି। ତାଲିକାରେ ଥିବା ଅନ୍ୟ ଭାରତୀୟ ବୈଜ୍ଞାନିକମାନେ ହେଲେ: ଏନ୍ଆଇଟି ଭୋପାଳର ଦମ୍ପତି ଆଲୋକ ଓ ଜ୍ୟୋତି ମିତ୍ତଲ୍, ଆଇଆଇଟି- ମାଡ୍ରାସ ରଜନୀଶ କୁମାର, ଇନଷ୍ଟିଚ୍ୟୁଟ ଅଫ୍ ଲାଇଫ ସାଇନ୍ସ, ଭୁବନେଶ୍ୱରର ସଞ୍ଜୀବ ସାହୁ, ହାଇଦ୍ରାବାଦସ୍ଥିତ ଇଣ୍ଟରନେସନାଲ କ୍ରପ୍ସ୍ ରିସର୍ଚ ଇନଷ୍ଟିଚ୍ୟୁଟ ଫର୍ ସେମି-ଆରିଡ୍ ଟପ୍ରିକସର ରାଜୀବ ବାର୍ଷାନୀ ଏବଂ କୋଏମ୍ବାଟରସ୍ଥିତ ଭାରତୀଆର ବିଶ୍ୱବିଦ୍ୟାଳୟର ଶକ୍ତିବେଲ ରତିନସ୍ୱାମୀ।