ଆନାକୋଣ୍ଡାଙ୍କୁ ବିପଦ ‘ନନ୍ଦନକାନନ’ । ୨ ଆନାକୋଣ୍ଡା ମରିବା ପରେ ପୁଣି ଏକ ଗୁରୁତର । ପ୍ରୋଟୋଜନ ଦ୍ୱାରା ସାପ ସଂକ୍ରମିତ ହୋଇଥିବା ଅନୁମାନ

307

କନକ ବ୍ୟୁରୋ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପୁଣି ଏକ ମାଈ ହଳଦିଆ ଆନାକୋଣ୍ଡା ଗୁରୁତର ହୋଇପଡିଛି । ମଳରେ ରକ୍ତ ପଡିବା ସହ ସେ ଥଣ୍ଡାରେ ଆକ୍ରାନ୍ତ ହୋଇଥିବା ପ୍ରାଣୀ ଚିକିତ୍ସକମାନେ ଜାଣିବାକୁ ପାଇଛନ୍ତି । ଗତମାସ ୨୮ ଓ ୩୦ ତାରିଖରେ ଦୁଇଟି ଆନାକୋଣ୍ଡା ପ୍ରାଣ ହରାଇଥିଲେ ।

ସେମାନଙ୍କ ନିକଟରେ ଯେଉଁ ଲକ୍ଷଣ ଦେଖାଦେଇଥିଲା ଏହି ମାଈ ଆନାକୋଣ୍ଡା କ୍ଷେତ୍ରରେ ବି ସେହି ଲକ୍ଷଣ ଦେଖାଦେଇଛି । ପ୍ରୋଟେଜୋନ ବା ଏମିବା ଦ୍ୱାରା ଏହି ଆନାକୋଣ୍ଡା ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି । ଏହା ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷଙ୍କ ଚିନ୍ତାକୁ ବଢାଇଦେଇଛି । ନନ୍ଦନକାନନକୁ ପ୍ରଥମ ଥର ଲାଗି ଅକ୍ଟୋବର ୨୨ ତାରିଖରେ ୮ଟି ଆନାକୋଣ୍ଡା ଆସିଥିଲା । ସେଥିମଧ୍ୟରୁ ୨ଟି ଆନାକୋଣ୍ଡାର ମୃତ୍ୟୁ ପରେ ଆଉ ୬ଟି ଆନାକୋଣ୍ଡା ଅଛନ୍ତି ।