ବାଲେଶ୍ୱର: ଟ୍ରକକୁ ପିଟିଲା ସ୍କର୍ପିଓ;ଜଣେ ମୃତ, ୮ ଗୁରୁତର

ଆହତମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି

269

କନକ ବ୍ୟୁରୋ: ଆଜି ସକାଳେ ପୁରୀରୁ ପଶ୍ଚିମବଙ୍ଗର କୋଲକାତାକୁ ଯାଉଥିବା ଏକ ସ୍କର୍ପିଓ ଗାଡ଼ି ବସ୍ତା ନିକଟ ହଳଦୀପଦା ନିକଟରେ ପଛରୁ ଏକ ଟ୍ରକ୍ ସହିତ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଜଣେ ମରିଥିବା ବେଳେ ୮ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣାରେ ନୀର ବୋରା ନାମକ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି।

ମିଳିଥିବା ସୂଚନାରୁ ପ୍ରକାଶ ଯେ, ଛତିଶଗଡ଼ ରାୟପୁରରୁ ଯାଇ ପୁରୀରେ ଶ୍ରୀଜଗନ୍ନାଥ ଦର୍ଶନ ସାରି ଏକ ପରିବାର ସିଜେ ୦୮-୯୯୯୧ ବିଶ୍ଚିଷ୍ଟ ସ୍କର୍ପିଓ ଯୋଗେ କୋଲକାତା ଫେରୁଥିଲେ। ସକାଳ ସାଢେ ୬ଟା ସମୟରେ କୁହୂଡ଼ି ଯୋଗୁଁ ରାସ୍ତା କଡ଼ରେ ରଖାଯାଇଥିବା ଏକ ୧୦ ଚକିଆ ଟ୍ରକ୍ ସମ୍ପର୍କରେ ଜାଣି ନ ପାରି ଡ୍ରାଇଭର ଦୃତଗତିରେ ନେଇ ସ୍କର୍ପିଓକୁ ଟ୍ରକ୍ ପଛରେ ପିଟି ଦେଇଥିଲେ।

ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିଲା।ଏହି ଦୁର୍ଘଟଣାରେ ଆହତ ହୋଇଥିବା କନକ ବୁରା, ବାଲାଜୀ ରାଜଦୂତ, ଭୂଷଣ ସିହ୍ନା, ମୀରା ବୋରା, ମହେନ୍ଦ୍ର ସିଂହ ଓ ସୀନା ବୋରାଙ୍କୁ ପୁଲିସ ଉଦ୍ଧାର କରି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।