୮ ଓ ୧୩ରେ ଓଡିଶା ଗସ୍ତରେ ଆସିବେ ରାହୁଲ ଗାନ୍ଧୀ ! କୋରାପୁଟ ଓ ବରଗଡ କାର୍ଯ୍ୟକ୍ରମ ଯୋଗ ଦେବେ କଂଗ୍ରେସ ଅଧ୍ୟକ୍ଷ
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦୁଇ ଦିନ ପରେ ପୁଣି ଥରେ ଓଡ଼ିଶା ଗସ୍ତ କରୁଛନ୍ତି
କନକ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦୁଇ ଦିନ ପରେ ପୁଣି ଥରେ ଓଡ଼ିଶା ଗସ୍ତ କରୁଛନ୍ତି। ରାହୁଲ କୋରାପୁଟ ଜିଲ୍ଲାର ଜୟପୁର ଠାରେ ଆୟୋଜିତ ଦଳର ସାଧାରଣ ସଭାରେ ଯୋଗଦେବେ। ସେହିପରି କଂଗ୍ରେସ ଅଧ୍ୟକ୍ଷଙ୍କ ବରଗଡ଼ କାର୍ଯ୍ୟକ୍ରମ ମାର୍ଚ୍ଚ ୧୩ ତାରିଖରେ ହେବ। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଉପ-ସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ମଙ୍ଗଳବାର ଏହି ସୂଚନା ଦେଇଛନ୍ତି।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ ପୂର୍ବରୁ ରାହୁଲଙ୍କ ଜୟପୁର ଓ ବରଗଡ଼ ଗସ୍ତ ପାଇଁ ମାର୍ଚ୍ଚ ୮ ତାରିଖକୁ ଦିନ ଧାର୍ଯ୍ୟ ହୋଇଥିଲା। ମାତ୍ର ସମୟର ଅଭାବ ଯୋଗୁଁ ଗୋଟିଏ ଦିନରେ ଏହି ଦୁଇଟି ସ୍ଥାନରେ କାର୍ଯ୍ୟକ୍ରମରେ ଯୋଗଦେବା ସମ୍ଭବପର ହୋଇ ନ ଥିଲା। ଫଳରେ ବରଗଡ଼ କାର୍ଯ୍ୟକ୍ରମକୁ ରାହୁଲ ମାର୍ଚ୍ଚ ୮ରେ ସ୍ଥଗିତ କରି ପୁଣି ଥରେ ଏହି ଗସ୍ତ ୧୩ ତାରିଖରେ କରିଛନ୍ତି।
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାହୁଲ ମାର୍ଚ୍ଚ ୮ରେ ଜୟପୁରରେ ଆୟୋଜିତ ମହିଳା ସମାବେଶରେ ଯୋଗଦେବେ। ମହିଳା ସମାବେଶ ପରେ ସ୍ଥାନୀୟ ଅଂଚଳର ଚାଷୀଙ୍କୁ ଭେଟିବା ସହିତ ଦଳୀୟ ସଭାକୁ ସମ୍ବୋଧିତ କରିବେ। ରହୁଲ ଆନ୍ଧ୍ରପ୍ରଦେଶର ଭାଇଜାଗରେ ଅବତରଣ କରି ସେଠାରୁ ଏକ ହେଲିକପ୍ଟର ଯୋଗେ ଜୟପୁର ଆସିବେ।