ଭାରତ ବନ୍ଦ ସତ୍ୱେ ଅନୁଷ୍ଠିତ ହେବ ଜେଇଇ ମେନ୍ ପରୀକ୍ଷା ! ଓଜେଇ ଅଧ୍ୟକ୍ଷଙ୍କ ସୂଚନା, ପରୀକ୍ଷା ବାତିଲ ପାଇଁ କୌଣସି ସୂଚନା ନାହିଁ 

185

କନକ ବ୍ୟୁରୋ : ବନ୍ଦ ପ୍ରଭାବରୁ ସାଧାରଣ ଜୀବନଯାତ୍ରା ଏକପ୍ରକାର ଅଚଳ ହୋଇପଡ଼ିଛି  । ସେପଟେ ଏହାକୁ ନେଇ ଜେଇଇ ମେନ୍ ଆଶାୟୀ ପରୀକ୍ଷାର୍ଥୀଙ୍କ ଚିନ୍ତା ବଢ଼ିଯାଇଛି  । ଇଂଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜିଠାରୁ ଜେଇଇ ମେନ୍ ପରୀକ୍ଷା ଆରମ୍ଭ ହେବ  । ତେବେ ବନ୍ଦ ଯୋଗୁ ଏହାର ପ୍ରଭାବ ପରୀକ୍ଷା ଉପରେ ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି  । ଅଟୋ ଓ ଟାକ୍ସି ବନ୍ଦ ଥିବାରୁ ପରୀକ୍ଷା କେନ୍ଦ୍ରରେ ପହଁଚିବା ପାଇଁ ପରୀକ୍ଷାର୍ଥୀ ହଇରାଣ ହେଉଛନ୍ତି   ।

ସୂଚନା ଅନୁସାରେ ଭାରତ ବନ୍ଦ ସତ୍ୱେ ଅନୁଷ୍ଠିତ ହେବ ଜେଇଇ ମେନ୍ ପରୀକ୍ଷା । ଏନେଇ  ସୂଚନା ଦେଇଛନ୍ତି ଓଜେଇଇ ଅଧ୍ୟକ୍ଷ ସୁଦୀପ ଚାନ୍ଦ । ସେ କହିଛନ୍ତି , ପରୀକ୍ଷା ବାତିଲ ପାଇଁ ଆମ ପାଖକୁ କୌଣସି ସୂଚନା ଆସିନାହିଁ । ଏନଟିଏ ପକ୍ଷରୁ ପରୀକ୍ଷା ବନ୍ଦ ପାଇଁ କୌଣସି ନିର୍ଦ୍ଦେଶ ଆସିନାହିଁ । ସଠିକ ସମୟରେ ପରୀକ୍ଷା ହେବ । ପରୀକ୍ଷା ବନ୍ଦ କରିବା ଆମ ହାତରେ ନାହିଁ । ତାରିଖ ପରିବର୍ତ୍ତନ ପାଇଁ ମଧ୍ୟ ଆମେ କିଛି କରିପାରୁବୁ ନାହିଁ । ତେବେ ବନ୍ଦ ବେଳେ ପରୀକ୍ଷା ଚିନ୍ତାର ବିଷୟ ବୋଲି କହିଛନ୍ତି ଓଜେଇଇ ଅଧ୍ୟକ୍ଷ ।

jee exam

ସୂଚନାଯୋଗ୍ୟ ଜେଇଇ ମେନ୍ ପାଇଁ ୨ଟି ସିଟିଂରେ ପରୀକ୍ଷା ହେବ  । ପ୍ରଥମ ସିଟିଂ ସକାଳ ୯ଟା ୩୦ରୁ ଆରମ୍ଭ ୧୨ଟା ୩୦ ପର୍ଯ୍ୟନ୍ତ ହେବ ଓ ୨ୟ ସିଟିଂ ୨ଟା ୩୦ରୁ ୫ଟା ୩୦ ପର୍ଯ୍ୟନ୍ତ ହେବ  । ତେବେ ବନ୍ଦ ଯୋଗୁ ଯାତାୟତ ଏକପ୍ରକାର ଅଚଳ ହୋଇପଡ଼ିଥିବା ବେଳେ ଚିନ୍ତାରେ ପଡ଼ିଛନ୍ତି ଛାତ୍ରଛାତ୍ରୀ  । ଦେଶରେ ଆଜି ୯ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି  ।