ଭୁବନେଶ୍ୱର : ଖୁବ୍ ଉତ୍ସାହରେ ପ୍ରତିଷ୍ଠା ଦିବସ ପାଳନ କରିଛି ଓଡିଶା ପୁଲିସ

20

କନକ ବ୍ୟୁରୋ : ପ୍ରତିଷ୍ଠା ଦିବସ ପାଳନ କରିଛି ଓଡିଶା ପୁଲିସ । ୮୨ ତମ ଓଡିଶା ପୁଲିସ ପ୍ରତିଷ୍ଠା ଦିବସକୁ ଖୁବ୍ ଉତ୍ସାହର ସହ ପାଳନ କରାଯାଇଛି । ଭୁବନେଶ୍ୱର ରିଜର୍ଭ ପୁଲିସ ପଡିଆରେ କମିଶନରେଟ ପୁଲିସ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଇଛି ।

ଏହି ଅବସରରେ ଆୟୋଜିତ ପରେଡ ଅଭିବାଦନ ଗ୍ରହଣ କରିଛନ୍ତି ପୁଲିସ କମିଶନର ୱାଇ.ବି ଖୁରାନିଆ । ପ୍ରତିଷ୍ଠା ଉତ୍ସବରେ ରାଜ୍ୟର ବିଭିନ୍ନ ସ୍ଥାନରେ କାମ କରୁଥିବା ପୁଲିସଙ୍କୁ ସମ୍ମାନିତ କରାଯାଇଛି । କର୍ମକ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ନେଇ ୨୫ଜଣ ପୁଲିସଙ୍କୁ ସମ୍ମାନିତ କରିଛନ୍ତି ପୁଲିସ କମିସନର ।