ଗଂଜାମ : ବୁଢାକେନ୍ଦୁ ମନ୍ଦିର ନିକଟ କାଜୁ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନାବାଳିକାର ମୃତଦେହ ଉଦ୍ଧାର

31

କନକ ବ୍ୟୁରୋ : ଝୁଲନ୍ତା ଅବସ୍ଥାରେ ନାବାଳିକାର ମୃତଦେହ ଉଦ୍ଧାର । ଗଂଜାମ ଜିଳ୍ଲା ବୁଢାକେନ୍ଦୁ ମନ୍ଦିର ନିକଟ କାଜୁ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଜଣେ ନାବାଳିକାର ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ନିକଟସ୍ଥ ବାଘୁଆପଲ୍ଲୀ ଗାଁର ସନ୍ତୋଷ ନାଇକଙ୍କ ଝିଅ ଯାଜ୍ଞସେନୀ । ଗୁରୁବାର ସଂଧ୍ୟାରେ ଶୌଚ ପାଇଁ ଯାଇ ସେ ଆଉ ଘରକୁ ଫେରିନଥିଲେ ।

ଏନେଇ ପରିବାର ଲୋକେ ଗାଙ୍ଗପୁର ଥାନାରେ ଅଭିଯୋଗ କରିଥିଲେ । ପରେ ଗାଁଲୋକଙ୍କ ସୂଚନାକୁ ଭିତ୍ତି କରି ବୁଢାକେନ୍ଦୁ ମନ୍ଦିର ନିକଟ କାଜୁ ଜଙ୍ଗଲରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହା ଏକ ହତ୍ୟାକାଣ୍ଡ ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଘଟଣାର ତଦନ୍ତ କରିଛି ଗାଙ୍ଗପୁର ଥାନା ପୁଲିସ ।