ମଧ୍ୟପ୍ରଦେଶରେ ରାହୁଲ ଗାନ୍ଧୀଙ୍କୁ ଗିରଫ ଘଟଣା ! ପ୍ରତିବାଦରେ ଭୁବନେଶ୍ୱର ରେଳଷ୍ଟେସନରେ ଓଡିଶା ଯୁବ କଂଗ୍ରେସର ରେଳରୋକ

23

କନକ ବ୍ୟୁରୋ : ରାହୁଲ ଗାନ୍ଧୀଙ୍କ ଗିରଫକୁ ନେଇ ପ୍ରତିବାଦ । ମଧ୍ୟପ୍ରଦେଶରେ ରାହୁଲ ଗାନ୍ଧୀଙ୍କୁ ଗିରଫ କରାଯାଇଥିବା ଘଟଣାକୁ ପ୍ରତିବାଦ କରିଛି ରାଜ୍ୟ ଯୁବ କଂଗ୍ରେସ । ପ୍ରତିବାଦରେ ଭୁବନେଶ୍ୱର ରେଳ ଷ୍ଟେସନରେ ରେଳରୋକ କରାଯାଇଛି ।

ମଧ୍ୟପ୍ରଦେଶରେ ଆନ୍ଦୋଳନକାରୀ ଚାଷୀଙ୍କୁ ଗୁଳି କରିଥିଲା ପୁଲିସ । ଏଥିରେ ୫ଜଣ ଚାଷୀଙ୍କ ମୃତ୍ୟୁ ହୋଇଥିଲା । ମୃତ ଚାଷୀଙ୍କ ପାରିବାରକୁ ସାକ୍ଷାତ କରିବା ପାଇଁ ଯାଇଥିବା ସମୟରେ ରାହୁଲ ଗାନ୍ଧୀଙ୍କୁ ଗିରଫ କରାଯାଇଥିଲା । ପରେ ସେ ଜାମିନରେ ମୁକୁଳିଥିଲେ ।