ସାଥୀଙ୍କ ପାଖରେ ଏପରି କିଛି ଲକ୍ଷଣ ଦେଖୁଛନ୍ତି କି ? ଖୁବ୍ ଶୀଘ୍ର ଭଙ୍ଗିପାରେ ସମ୍ପର୍କ
ସମୟରେ ସମୟରେ ଦମ୍ପତି/ପ୍ରେମୀଯୁଗଳଙ୍କ ଭିତରେ ଏପରି ଲକ୍ଷଣମାନ ଦେଖା ଦେଇଥାଏ, ଯେଉଁଥିରୁ ଆପଣ ଅନୁମାନ ଲଗାଇ ନେବା ଉଚିତ କି ଖୁବ୍ ଅଳ୍ପଦିନ ମଧ୍ୟରେ ଆପଣଙ୍କ ସମ୍ପର୍କ ଭାଙ୍ଗିବାକୁ ଯାଉଛି । ତେଣୁ ଆସନ୍ତୁ ଜାଣିବା, ସାଥୀଙ୍କ ପାଖରେ କେଉଁ କେଉଁ ଲକ୍ଷଣ ଦେଖିଲେ ଜାଣିବେ ସମ୍ପର୍କର ଡୋରି ଛିଣ୍ଡିବାକୁ ଯାଉଛି ।
Kanak News is now on WhatsApp
Join and get latest news updates delivered to you via WhatsApp
୧. ଆପଣଙ୍କ ଜୀବନରେ ଏମିତି ଅନେକ ସମୟ ଆସିଥିବ ଯେବେ ସାଥୀଙ୍କ ନଜର ଆପଣଙ୍କ ଉପରୁ ହଟୁ ହିଁ ନଥିବ । କିନ୍ତୁ ଏବେ ଏଭଳି ସମୟ ଆସିଛି କି, ସାଥୀ ଆପଣଙ୍କ ଉପରେ ଧ୍ୟାନ ଦେବାକୁ ସମୟ ନାହିଁ ବୋଲି ବାହାନା କରି ଅନ୍ୟ କାମରେ ବ୍ୟସ୍ତ ରହୁଛନ୍ତି ।
୨. ଆପଣ ସାଥୀଙ୍କ ସହିତ ଯେକୌଣସି କଥା ହେଲେ ବି ସେ କୌଣସି ନା କୌଣସି କଥାକୁ ଟାଣି ଓଟାରି ହୋଇ ଝଗଡ଼ା ଆରମ୍ଭ କରୁଛନ୍ତି । ଆପଣଙ୍କ ପ୍ରତ୍ୟେକ କଥା ତାଙ୍କୁ ବିରକ୍ତ ଲାଗୁଛି ବୋଲି କହୁଛନ୍ତି । ତେବେ ବୁଝି ରଖିବା ଉଚିତ ଯେ ଆପଣଙ୍କୁ ସେ ଆଉ ପସନ୍ଦ କରୁ ନାହାନ୍ତି । ସେଥିପାଇଁ କଥା ହେବା ଆରମ୍ଭ ନକରୁଣୁ ଝଗଡ଼ା ଲଗାଇ ଦୁଇତିନି ଦିନ ଯର୍ଯ୍ୟନ୍ତ କଥା ହେବା ବନ୍ଦ କରି ଦେଉଛନ୍ତି ।
୩. ଆପଣ ମୋବାଇଲ ମେସେଜରେ ବିଭିନ୍ନ ପ୍ରକାର କଥା ସାଥୀଙ୍କୁ ପଚାରୁଥିଲେ ହେଁ ସେ କେବଳ ହଁ ନାଁରେ ଉତ୍ତର ହେଉଛନ୍ତି କି ? ତେବେ ଜାଣି ରଖନ୍ତୁ ଆପଣଙ୍କୁ ନେଇ ତାଙ୍କ ମନରେ କିଛି କିଛି ନକାରାତ୍ମକ ଚିନ୍ତା ଚାଲୁ ରହିଛି ।
୪. କେବଳ ଏତିକି ନୁହେଁ, ଆପଣ ଫୋନ୍ କଲେ ସେ ଫୋନ୍ ଉଠାଇବା ଜରୁରୀ ବୋଲି ଭାବୁ ନାହାନ୍ତି । ଆପଣ କଲ୍ କରି ଚାଲିଥିବେ ସେ ଫୋନ୍ ଉଠାଇ କହିବେ ମୁଁ ବ୍ୟସ୍ତ ଅଛି ମୋତେ ବାରମ୍ବାର କଲ କରି ବିରକ୍ତ କରନାହିଁ । ସାଥୀଙ୍କ ଠାରେ ଯଦି ଏଭଳି ଲକ୍ଷଣ ଦେଖୁଛନ୍ତି ତେବେ ସୁଧାରିବା ପାଇଁ ଚେଷ୍ଟା କରି ନିଅନ୍ତୁ । ନଚେତ୍ ସମ୍ପର୍କ ଭାଙ୍ଗିବା ପାଇଁ ବେଶୀ ଦିନ ଲାଗିବ ନାହିଁ।