୯ରେ ନବୀନ ଯିବେ ଦିଲ୍ଲୀ: ସପ୍ତାହେ ଗସ୍ତରେ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ,୧୧ରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି କରିବେ ଆଲୋଚନା

ବିଜେଡିକୁ ଲୋକସଭା ଉପବାଚସ୍ପତି ଓ ଅର୍ଥନୈତିକ ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ପଦ ମିଳିବା ନେଇ ବଢିଲା ଚର୍ଚ୍ଚା

194

କନକ ବ୍ୟୁରୋ: ଆସନ୍ତାକାଲି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କ ସପ୍ତାହେ ଦିଲ୍ଲୀ ଗସ୍ତ ବ୍ୟସ୍ତବହୁଳ ରହିବ । ୧୧ରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନବୀନ ଭେଟିବାର କାର୍ଯ୍ୟକ୍ରମ ରହିଛି । ଆଉ ଚର୍ଚ୍ଚା ହେଉଛି ଓଡିଶାର ଦାବି ସମ୍ବଳିତ ପ୍ରସଙ୍ଗ ସହ ବିଜେଡିକୁ ଲୋକସଭାରେ ଉପବାଚସ୍ପତି ପଦ ମିଳିବା ନେଇ ମୋଦିଙ୍କ ସହ ଚର୍ଚ୍ଚା କରିପାରନ୍ତି ନବୀନ । ବିଶେଷକରି ଗୁରୁବାର ଏନଡିଏର ସହଯୋଗୀ ଦଳ ଶିବସେନା ଉପବାଚସ୍ପତି ପଦ ଦାବି କରିବା ସହ ବିଜେଡିକୁ କାହିଁକି ଏହି ପଦ ମିଳିବ ବୋଲି ଆପତି କରିଥିଲା ।

ଶିବସେନାର ଆପତି ପରେ ବିଜେଡି ସାଂସଦ ଭର୍ତ୍ତୃହରିଙ୍କୁ ନେଇ ହେଉଥିବା ଚର୍ଚ୍ଚାକୁ ବଳ ମିଳିଥିଲା । ଏହା ବାଦ୍ ଅର୍ଥନୈତିକ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପଦ ମଧ୍ୟ ଓଡିଶାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ନିକଟରେ ଆୟୁଷ୍ମାନ ଭାରତରେ ଓଡିଶା ସାମିଲ ହେବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଅନୁରୋଧ କରିଥିଲେ ।ତେଣୁ ନବୀନଙ୍କ ଦିଲ୍ଲୀ ଗସ୍ତ ସମୟରେ ଏନେଇ ମଧ୍ୟ ଚର୍ଚ୍ଚା ହେବା ଅନୁମାନ କରାଯାଉଛି । ଆଗାମୀ ୧୧ ତାରିଖରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ରାଜ୍ୟ ସଂପର୍କିତ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରିପାରନ୍ତି ନବୀନ । ଜୁନ ୧୫ରେ ଦିଲ୍ଲୀରେ ହେବାକୁ ଥିବା ନୀତି ଆୟୋଗ ବୈଠକରେ ମଧ୍ୟ ନବୀନ ଯୋଗ ଦେବେ ।