ଆଣ୍ଡାମାନରେ ଫସିଥିବା ଓଡ଼ିଆ ପର୍ଯ୍ୟଟକଙ୍କ ସୂଚନା ! ପରିବାର ସହ ଅଛନ୍ତି ସୁରକ୍ଷିତ, ହେଲେ ହୋଟେଲରେ ଖାଦ୍ୟର ଅଭାବ

25

କନକ ବ୍ୟୁରୋ : ଆଣ୍ଡାମାନ ଓ ନିକୋବରରେ ପ୍ରବଳ ବର୍ଷା । ବର୍ଷା ଯୋଗୁଁ ହେଭଲକ ଦ୍ୱୀପରେ ଫସି ରହିଛନ୍ତି ୪ ଜଣ ଓଡିଆ ପର୍ଯ୍ୟଟକ । ଆଣ୍ଡାମାନ ଦ୍ୱୀପପୁଞ୍ଜକୁ ଭ୍ରମଣରେ ଯାଇଥିବା ରାଉରକେଲାର ଦେବେଶ ପୁରୋହିତ ତାଙ୍କ ପରିବାରର ସଦସ୍ୟଙ୍କ ସହ ହେଭଲକ ଦ୍ୱୀପରେ ଅଟକ ରହିଛନ୍ତି । ୫ତାରିଖରୁ ଲଗାତର ଭାବେ ବର୍ଷା ହେଉଥିବା ବେଳେ ଆଜି ବର୍ଷା କମିଥିବା ସୂଚନା ମିଳିଛି ।

ପ୍ରବଳ ବର୍ଷାରେ ହେଭଲକ ଦ୍ୱୀପର କିଛି ଅଂଶରେ କ୍ଷୟକ୍ଷତି ହୋଇଛି । ହୋଟେଲରେ ପର୍ଯ୍ୟଟକମାନେ ସୁରକ୍ଷିତ ଅଛନ୍ତି କିନ୍ତୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଲେ ସମସ୍ୟା ବଢିପାରେ ବୋଲି ହେଭଲକ ଦ୍ୱୀପରେ ଫସିଥିବା ପର୍ଯ୍ୟଟକ ଦେବେଶ ପୁରୋହିତ କହିଛନ୍ତି । ଦ୍ୱୀପ ସହ ବାହ୍ୟ ଯୋଗାଯୋଗ ସଂପୂର୍ଣ ବିଛିନ୍ନ ହୋଇପଡିଛି । ନୌସେନା ପକ୍ଷରୁ ପର୍ଯ୍ୟଟକମାନଙ୍କୁ ସହାୟତା ପହଂଚାଇବାକୁ ଉଦ୍ୟମ ଜାରି ରହିଛି । ଦେବେଶ ପୁରୋହିତ କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇ କଣ କହିଛନ୍ତି ଦେଖନ୍ତୁ ଏହି ଭିଡିଓରେ :