ରିଲିଜ୍ ଉପରୁ ହଟିଲା ଆଶଙ୍କା : କାଲି ପରଦାକୁ ଆସିବ ଫିଲ୍ମ ‘ଭାଇନା କଣ କଲା ସେ’

99

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଚରିତ୍ର ପରେ ଚର୍ଚ୍ଚାରେ ଚଳଚ୍ଚିତ୍ର । କାଲି ରିଲିଜ ହେବ ଫିଲ୍ମ – ‘ଭାଇନା କଣ କଲା ସେ’ । ଫିଲ୍ମ ଉପରେ ରୋକ୍ ଲଗାଇବାକୁ ମନା କରିଦେଇଛନ୍ତି କୋର୍ଟ । ଆସନ୍ତା ୩ ତାରିଖରେ ଫିଲ୍ମର ନିର୍ଦେଶକ ସଂଜୟ ନାୟକ ପକ୍ଷ ରଖିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି । ରିଲିଜର ଦିନକ ପୂର୍ବରୁ ବିବାଦରେ ଛନ୍ଦି ହୋଇପଡିଛି ଓଲିଉଡର ଏହି ଚର୍ଚ୍ଚିତ ଫିଲ୍ମ । ଫିଲ୍ମରେ ଓଲିଉଡ୍ କମେଡିଆନ୍ ପପୁ ପମପମଙ୍କ ବ୍ୟକ୍ତିଗତ କାହାଣୀ ଓ ଅତ୍ୟଧିକ ଅଶ୍ଲୀଳ ସିନ୍ ଥିବା ଯୋଗୁଁ ରିଲିଜ୍ ଉପରେ ଆପତି ଉଠାଇଥିଲେ ଆବେଦନକାରୀ । ତେବେ ଫିଲ୍ମ ସହ ପପୁଙ୍କ କନେକ୍ସନକୁ ଖଣ୍ଡନ କରିଛନ୍ତି ନିର୍ଦେଶକ।

ଏହା ସହ ଚରିତ୍ର ପରେ ଚଳଚ୍ଚିତ୍ର ! ରିଲିଜର ଦିନକ ପୂର୍ବରୁ ବିବାଦରେ ଫିଲ୍ମ ‘ଭାଇନା କଣ କଲା ସେ’