ଆସିଲା ଟେଲି ଅଭିନେତ୍ରୀ ନିକିତାଙ୍କର ପୋଷ୍ଟମର୍ଟମ ରିପୋର୍ଟ । ଉଚ୍ଚସ୍ଥାନରୁ ପଡି ହିଁ ନିକିତାଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ

507

କନକ ବ୍ୟୁରୋ: ଟେଲି ଅଭିନେତ୍ରୀ ନିକିତାଙ୍କ ଆସିଲା ପୋଷ୍ଟମର୍ଟମ ରିପୋର୍ଟ ।ଉଚ୍ଚ ସ୍ଥାନରୁ ପଡି ନିକିତାଙ୍କ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ଡିସିିପି ଅଖିଳେଶ୍ୱର ସିଂ ଏନେଇ ସୂଚନା ଦେଇଛନ୍ତି । ଶାଶୁ ଓ ଶଶୂରଙ୍କୁ ପୁଲିସ ପକ୍ଷରୁ ନୋଟିସ କରାଯାଇଛି । ନିକିତାଙ୍କ ସ୍ୱାମୀ ଲିପନ ସାହୁ ଏବେ ଚୌଦ୍ୱାର ଜେଲରେ ଅଛନ୍ତି ।

ଗତ ଶୁକ୍ରବାର ସନ୍ଧ୍ୟାରେ ନିକିତାଙ୍କ ଘରକୁ ଆସିଥିଲେ ଲିପନ । ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଉଭୟ ଚାଲିଯାଇଥିଲେ ଘରର ଛାତ ଉପରକୁ । ଆଉ ସେଠାରେ କିଛି ସମୟ ପାଇଁ ନିକିତା ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ହୋଇଥିଲା ଠେଲାପେଲା । ଛାତ ଉପରୁ ତଳକୁ ଖସିପଡିଥିଲେ ନିକିତା । ଆଉ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା ପୋଲିସ ଆଗରେ ଏକଥାକୁ ସ୍ୱୀକାର କରିଛନ୍ତି ଲିପନ ।

ସ୍ୱାମୀ -ସ୍ତ୍ରୀ ମଧ୍ୟରେ ବିବାଦ ଲାଗିରହିଥିଲା ବହୁ ଆଗରୁ । ପୋଲିସର କହିବାନୁସାରେ ଉଭୟ ସ୍ୱାମୀ -ସ୍ତ୍ରୀ ନିଷ୍ପତି ନେଇଥିଲେ ବାପଘରେ ରହିବେ ନିକିତା । କିନ୍ତୁ ସପ୍ତାହରେ ୩ଦିନ, ଶୁକ୍ରବାର, ଶନିବାର ଏବଂ ରବିବାର ନିକିତା ଲିପନଙ୍କ ଘରେ ରହିବେ । ଏହାକୁ କେନ୍ଦ୍ରକରି ସେଦିନ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଯାହାର ପରିଣାମ ଥିଲା ନିକିତାଙ୍କ ମୃତ୍ୟୁ ।