ଓଡିଶାରେ ବଢିଛି ମହାବଳ ବାଘ ସଂଖ୍ୟା : ରାଜ୍ୟ ସରକାରଙ୍କ ରିପୋର୍ଟ

64

ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ୍ : ରାଜ୍ୟରେ ବଢିଛି ମହାବଳ ବାଘ ସଂଖ୍ୟା । ଆଜି ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ରାଜ୍ୟରେ ମହାବଳ ବାଘ ସଂଖ୍ୟା ୪୦ରେ ପହଂଚିଛି । ମୋଟ୍ ୪୦ଟି ବାଘ ମଧ୍ୟରୁ ୧୩ଟି ବାଘ ଥିବାବେଳେ ୨୩ଟି ବାଘୁଣୀ ଓ ୩ଟି ଛୁଆ ଅଛନ୍ତି । ସେହିପରି ରାଜ୍ୟରେ ମୋଟ୍ ୩୧୮ଟି କଲରାପତରିଆ ବାଘ ଥିବା ଗଣନାରୁ ସ୍ପଷ୍ଟ ହୋଇଛି । ମୋଟ୍ କଲାପତରିଆ ବାଘଙ୍କ ମଧ୍ୟରେ ୧୪୪ଟି ବାଘ ଥିବାବେଳେ ୧୫୪ ବାଘୁଣୀ ଏବଂ ୨୦ ଛୁଆ ଅଛନ୍ତି । ରାଜ୍ୟରେ ୩ଟି ମେଲାନିଷ୍ଟିକ୍ ଟାଇଗର ବା କଳା ବାଘ ଥିବା ରିପୋର୍ଟରେ ପ୍ରକାଶ ପାଇଛି । ଓଡିଶାର ସିମିଳିପାଳରେ ୨୬, କଂରଜିଆରେ ୩, ସାତକୋସିଆରେ ୨, ସୁନାବେଡାରେ -୪, ଖରିଆରରେ ୧, କେଉଁଝରରେ ୩ ଓ ସୁନ୍ଦରଗଡ଼ରେ ୧ ମହାବଳ ବାଘ ଥିବା ଜଣାପଡ଼ିଛି । ପାଦ ଚିହ୍ନ ଓ କ୍ୟାମେରା ମଧ୍ୟମରେ ୨ଟି ପର୍ଯ୍ୟାୟରେ ଏହି ବାଘ ଗଣନା କରାଯାଇଥିଲା । ପୂର୍ବରୁ ଜାତୀୟ ବ୍ୟଘ୍ର ସଂରକ୍ଷଣ ସଂସ୍ଥା ବାଘ ଗଣନା କରି ଓଡିଶାରେ ୨୮ଟି ମହାବଳ ବାଘ ଥିବା ପ୍ରକାଶ କରିଥିଲେ । ଯାହାକୁ ରାଜ୍ୟ ବନବିଭାଗ ସ୍ୱୀକାର କରିନଥିଲା ।