ଚୌକି ପାଇଁ ନେହୁରା

40

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଦିଲ୍ଲୀ ଟିକେଟ ପାଇଁ ନେହୁରା ହେଲେ ସାଂସଦ । ପୁଣି ଥରେ ତାଙ୍କୁ ରାଜ୍ୟସଭା ପଠାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତିକେୟନ ପାଣ୍ଡ୍ୟାନଙ୍କୁ ଭେଟିଲେ ସାଂସଦ ବୈଷ୍ଣବ ପରିଡା । ବୈଷ୍ଣବ ଯୁକ୍ତି ବାଢିଛନ୍ତି, ଯଦି ଜଣେ ବ୍ୟକ୍ତିଙ୍କୁ ବାରମ୍ବାର ଲୋକସଭା ପଠାଯାଇପାରୁଛି, ରାଜ୍ୟସଭା ଓ ତାଙ୍କ କ୍ଷେତ୍ରରେ ଏହା ନହେବ କାହିଁକି ?

ସେପଟେ ରାଜ୍ୟସଭା ପାଇଁ ଆଶାୟୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହା ସହ ବଢୁଛି ପାୱାର କରିଡରରେ ଲବି । ଚର୍ଚ୍ଚିତ ଆଶାୟୀଙ୍କ ତାଲିକାରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଏନ.ଭାଷ୍କର ରାଓଙ୍କ ନାଁ ବି ଯୋଡି ହୋଇଯାଇଛି ।

ପଦ ତିନି । ହେଲେ ଆଶାୟୀଙ୍କ ସଂଖ୍ୟା ଅଧିକ । ପୁଣି ଦ୍ୱିତୀୟ ଥର ପାଇଁ ଭୂପିନ୍ଦର ଓ ବୈଷ୍ଣବଙ୍କ ଲବି, ନବୀନଙ୍କ ଚୟନ ପ୍ରକ୍ରିୟା ପାଇଁ ଚ୍ୟାଲେଞ୍ଜ ହୋଇଛି ।