ଜାପାନରେ ମୋଦି ଯାଦୁ : ଦୁଇ ରାଷ୍ଟ୍ର ମଧ୍ୟରେ ଐତିହାସିକ ପରମାଣୁ ଚୁକ୍ତି ସ୍ୱାକ୍ଷରିତ

36

କନକ ବ୍ୟୁରୋ : ଖୋଲିଲା ଆଣବିକ ଶକ୍ତି ଉତ୍ପାଦନର ଆଉ ଏକ ଦ୍ୱାର । ଦୀର୍ଘ ୬ ବର୍ଷର ଉଦ୍ୟମ ପରେ ଭାରତ ଓ ଜାପାନ ମଧ୍ୟରେ ସ୍ୱାକ୍ଷରିତ ହୋଇଛି ବେସାମରିକ ଆଣବିକ ଚୁକ୍ତି । ଆଣବିକ ଶକ୍ତି ଉତ୍ପାଦନ ପାଇଁ ଏବେ ଟୋକିଓର ଦ୍ୱାର ନୂଆଦିଲ୍ଲୀ ପାଇଁ ଖୋଲିଯାଇଛି । ଫଳରେ ଇନ୍ଧନ, ସରଞ୍ଜାମ ଏବଂ ବୈଷୟିକ କୌଶଳ ନେଇ ସହଯୋଗ କରିବ ଜାପାନ । ଆଣବିକ ଶକ୍ତି ବଜାରରେ ଜାପାନ ଏକ ପ୍ରମୁଖ ରାଷ୍ଟ୍ର । ତେଣୁ ଏହି ଯୁକ୍ତି ସ୍ୱାକ୍ଷରିତ ହେବା ଫଳରେ ୱେଷ୍ଟଟିଂ ହାଉସ ଏବଂ ଜିଇ ଭଳି ଆମେରିକୀୟ କଂପାନୀ ଭାରତରେ ଆଣବିକ ପ୍ଲାଣ୍ଟþ ପ୍ରତିଷ୍ଠା କରିବାରେ ସହାୟକ ହେବ ।

ଏହି କଂପାନୀ ଗୁଡ଼ିକରେ ଜାପାନୀ ପୁଞ୍ଜି ଲାଗି ଥିବାରୁ ଆଣବିକ ପ୍ଲାଣ୍ଟþ ପ୍ରତିଷ୍ଠା କରିବା ଦିଗରେ ସହାୟକ ହେବ । ତିନି ଦିନିଆ ଜାପାନ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କ ସହ ଏହି ଆଣବିକ ଚୁକ୍ତି ସ୍ୱାକ୍ଷର କରିଛନ୍ତି ।