ଏଣିକି ବିମାନ ଭଳି ଟ୍ରେନରେ ସରକାରଙ୍କ ପକ୍ଷରୁ ଲାଗିବ ବ୍ଲାକବକ୍ସ । ରେଳ ଦୁର୍ଘଟଣାର ସତ୍ୟାସତ୍ୟ ଜାଣିବା ହେବ ସହଜ

37

କନକ ବ୍ୟୁରୋ : ଦିନକୁ ଦିନ ସାରା ଭାରତରେ ରେଳ ଦୁର୍ଘଟଣା ବଢିବାରେ ଲାଗିଛି । କେବଳ ଦୁର୍ଘଟଣା ହେଉ ନାହିଁ ବରଂ ଅନେକ ଲୋକଙ୍କ ପ୍ରାଣ ମଧ୍ୟ ଯାଉଛି । ତେଣୁ ସରକାର ସୁରକ୍ଷାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । ଏଣିକି ଟ୍ରେନରେ ବିମାନ ଭଳି ବ୍ଲାକବକ୍ସ ମଧ୍ୟ ଲାଗିବ । କାରଣ ବର୍ତମାନ ସମୟରେ ଯେଉଁ ପରି ଭାବରେ ରେଳ ଦୁର୍ଘଟଣା ବଢିବାରେ ଲାଗିଛି ତାହାକୁ ଦୃଷ୍ଟିରେ ରଖି ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ବ୍ଲାକବକ୍ସ ବ୍ୟବସ୍ଥା ବିମାନରେ ରହିଛି। ବ୍ଲାକବକ୍ସରେ ଦୁଇ ପ୍ରକାରର ଯନ୍ତ୍ରପାତି ରହିଥାଏ। ଗୋଟିଏ ବିମାନର ତଥ୍ୟ ରେକର୍ଡର ଓ ଅନ୍ୟଟି କକପିଟ ଭଏସ୍ ରେକର୍ଡର। ଏହାକୁ ସାଧାରଣତଃ ବିମାନର ପଛ ପାଖରେ ଅତି ସୁରକ୍ଷିତ ଭାବେ ରଖାଯାଏ। ତେଣୁ ବିମାନ ଦୁର୍ଘଟଣା ବେଳେ ଏହା କ୍ଷତିଗ୍ରସ୍ତ ହୁଏ ନାହିଁ।

 

ବିମାନ ଭଳି ଏବେ ଟ୍ରେନ୍ ମଧ୍ୟ ବାକ୍ଲବକ୍ସ ଲାଗିବ। ଟ୍ରେନରେ କାର୍ଯ୍ୟରତ କର୍ମଚାରୀଙ୍କ ଦକ୍ଷତା ମାପିବା ପାଇଁ ଏଭଳି ବ୍ୟବସ୍ଥା କରାଯିବ। ରେଳ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଏପରି ସୂଚନା ଦେବା ସହ ସରକାର ଲୋକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ଭାବରେ ନିଷ୍ପତ୍ତି ନେଇଛନ୍ତି । ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ବଗିରେ ଲୋକୋ କ୍ୟାବ୍ ଭଏସ୍ ରେକର୍ଡିଂ (ଏଲ୍ସିଭିଆର୍) ଡିଭାଇସ୍ ଲଗାଯିବାକୁ ନିଷ୍ପତ୍ତି ହୋଇଛି। ବର୍ତ୍ତମାନ ଏହି ସିଷ୍ଟମର ତିଆରି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ସେ କହିଛନ୍ତି। ତେବେ କେବେଠାରୁ ଏପରି ବ୍ୟବସ୍ଥା ରେଳରେ ଲାଗୁ କରାଯିବ ତାହାର ସୂଚନା ମିଳିପାରିନାହିଁ ।