ମରିଯାଇଛି ମାନବିକତା ! ପୁଣି ଶବକୁ ମିଳିଲାନି ଗ୍ରାମବାସୀଙ୍କ କାନ୍ଧ, କ୍ୟାନସରରେ ପୀଡିତ ଦୁଃଶାସନଙ୍କ ମୃତଦେହକୁ ଭାରରେ ବୋହି ମଶାଣି ନେଲେ ପୁଅ ଓ ପୁତୁରା

35

କନକ ବ୍ୟୁରୋ: ହଜି ଯାଉଛି ମାନବିକତା । ଅନ୍ଧବିଶ୍ୱାସର ବଶବର୍ତୀ ହୋଇ ଗାଁ ଗହଳିର ମଣିଷ ହଜେଇ ବସୁଛନ୍ତି ମାନବିକତା । ଯାହାର ଫଳ ସୂରୁପ କେତେବେଳେ ସାଇକେଲରେ ଶବୁ ବୁହା ହେଉଛି ତ ଆଉ କେତେବେଳେ ଭାରରେ । କେନ୍ଦୁଝର ସଦର ବ୍ଲକ ବରଦପାଳ ଆଦିବାସୀ ବହୁଳ ଗାଁରେ ଶବକୁ ମିଳିଲାନାହିଁ କାନ୍ଧ । ପୁଅ ଓ ସଂପର୍କୀୟ ପୁତୁରା ଭାର ବୋହି ମଶାଣି ନେଲେ ମୃତଦେହ ।

କ୍ୟାନସର ରୋଗରେ ପୀଡିତ ଦୁଃଶାସନ ବେହରାଙ୍କ ମୃତ୍ୟୁ ପରେ ତାଙ୍କ ଶବକୁ ମଶାଣିକୁ ନେବା ପାଇଁ ଜ୍ଞାତି କୁଟୁମ୍ବ କାନ୍ଧ ଦେଲେ ନାହିଁ । କାରଣ ମୃତ୍ୟୁ ପୂର୍ବରୁ ବାନ୍ତିରେ ତାଙ୍କ ପେଟରୁ ପୋକ ବାହାରିଥିଲା । ତେବେ ଦୁଃଶାସନଙ୍କ ମୃତଦେହକୁ ଗ୍ରାମବାସୀ ନଛୁଇଁବାରୁ ଗୋଟିଏ ରାତି ଘରେ ପଡିରହିଥିଲା ।

ପରେ ମୃତକଙ୍କ ପୁଅ ନିଜେ କୋକେଇ ତିଆରି କରି ତାଙ୍କର ସଂପର୍କୀୟ ନାବାଳକ ଭାଇଙ୍କ ସହଯୋଗରେ ବାଉଙ୍ଗିରେ ଭାର କରି ଦୁଃଶାସନଙ୍କ ଶବକୁ ମଶାଣିକୁ ନେଇଥିଲେ । ପରେ ଗ୍ରାମବାସୀ କାଠ ସଂଗ୍ରହ କରି ମଶାଣିରେ ପହଂଚିଥିଲେ ।