ଇସ୍ପାତ ନଗରୀକୁ ଉଡାଣ ବନ୍ଦ ! ନୋଟିସ୍ ଜାରି କଲା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ

32

କନକ ବ୍ୟୁରୋ : ଇସ୍ପାତ ନଗରୀକୁ ଉଡାଣ ବନ୍ଦ । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏନେଇ ନୋଟିିସ୍ ଜାରି କରିଛନ୍ତି । ଭିତ୍ତିଭୂମି ଅଭାବ ଓ ଅବ୍ୟବସ୍ଥା କାରଣରୁ ରାଉରକେଲା ବିମାନ ବନ୍ଦରରେ କୌଣସି ବିମାନ ଉଡାଣ ଓ ଅବତରଣ କରିପାରିବ ନାହିଁ ବୋଲି ନୋଟିସ୍ ଜାରି କରାଯାଇଛି । ଫଳରେ ରାଉରକେଲା ବିମାନ ବନ୍ଦରରୁ ସମସ୍ତ ବିମାନର ଉଡାଣ ଓ ଅବତରଣ ଉପରେ ପ୍ରତିବନ୍ଧକ ଲାଗିଛି ।

ବିମାନ ବନ୍ଦରର ଆବଶ୍ୟକ ଭିତ୍ତିଭୂମି ନଥିବା ସହ ଅନ୍ୟାନ୍ୟ ବ୍ୟବସ୍ଥା କାରଣରୁ ଏହି ନୋଟିସ୍ ଜାରି କରିଛି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ । ତେବେ ନବୀକରଣ ଠିକ ସମୟରେ ହେଉନଥିବା ସହ ଉଡାଣ ଯୋଜନାରେ ସାମିଲ ରାଉରକେଲା ବିମାନ ବନ୍ଦରକୁ ଆବଶ୍ୟକୀୟ ଭିତ୍ତିଭୂମି ଯୋଗାଇ ଦିଆଯାଉନଥିବା ଯୋଗୁଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଓ ଡିଜିସିଏ ଏପରି ପଦକ୍ଷେପ ଗ୍ରହଣ କରିଥିବା ଜଣାପଡିଛି ।