ବାଜପେୟୀଙ୍କ ପରେ ମୋଦି ! ଆସନ୍ତା କାଲି ଲୋକସଭାରେ ଅନାସ୍ଥା ପ୍ରସ୍ତାବ । ମୋଦିଙ୍କ ପାଇଁ ପରୀକ୍ଷା, ବିଜେଡି ଉପରେ ନଜର ।

54

ଅନାସ୍ଥା ପ୍ରସ୍ତାବ ନେଇ ଆସନ୍ତାକାଲି ଲୋକସଭାରେ ହେବ ଆଲୋଚନା । ତେବେ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ ଦେବା କିମ୍ବା ନ ଦେବା ନେଇ କାଲି ଭୋଟିଂ ବେଳେ ଗୃହ ଭିତରେ ଉପସ୍ଥିତ ରହିବ ବିଜେଡି । ନୂଆଦିଲ୍ଲୀରେ ବସିଥିବା ବିଜେଡି ସଂସଦୀୟ ଦଳ ବୈଠକରେ ଏହି ନିଷ୍ପତି ନିଆଯାଇଛି । ବୈଠକ ପରେ ବିଜେଡି ସାଂସଦ କଳିକେଶ ସିଂହଦେଓ କହିଛନ୍ତି ଯେ, ଦଳ ପକ୍ଷରୁ କୌଣସି ହ୍ୱିପ ଜାରି ହୋଇନି । କିନ୍ତୁ ଆମ୍ଭେ ଆଲୋଚନାରେ ଅଂଶ ଗ୍ରହଣ କରିବୁ । ଅନାସ୍ଥା ପ୍ରସ୍ତାବ ଉପରେ ଆସନ୍ତାକାଲି ଗୃହରେ ନିଷ୍ପତି ନିଆଯିବ ବୋଲି ବିଜେଡି ସାଂସଦ କଳିକେଶ ସିଂହଦେଓ କହିଛନ୍ତି ।

ବିଜେଡି ସର୍ବପରି ରାଜ୍ୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମତଦାନ କରିବୁ ବୋଲି କହିଛନ୍ତି ସାଂସଦ କଳିକେଶ । ଆଜି ନୂଆଦିଲ୍ଲୀରେ ବସିଥିବା ବିଜେଡି ସଂସଦୀୟ ଦଳ ବୈଠକରେ ସମସ୍ତ ଲୋକସଭା ଓ ରାଜ୍ୟସଭା ସାଂସଦ ଉପସ୍ଥିତ ଥିଲେ । କାଲି ମୋଦିଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେବ । ଦିନ ୧୧ଟାରେ ଆଲୋଚନା ହୋଇ ସନ୍ଧ୍ୟାରେ ଭୋଟିଂ ହେବ ।No-Confidence Motion Moved Against Modi Govt

ତେବେ ଆସନ୍ତା କାଲି ପାର୍ଲାମେଂଟରେ ଅନାସ୍ଥା ପ୍ରସ୍ତାବ ନେଇ ହେବାକୁଥିବା ବିତର୍କରେ ବିଭିନ୍ନ ଦଳ ଉପରେ ନଜର ରହିବ । ବିଶେଷ କରି ବିଜେଡି, ଶିବସେନା ଓ ଏଆଇଏଡିଏମକେ ଭଳି ଦଳ ଉପରେ ସମସ୍ତଙ୍କ ନଜର ରହିବ । ଲୋକସଭାରେ ଶିବସେନାର ୧୮ ଜଣ ସାଂସଦ ଥିବାବେଳେ ବିଜେଡିର ୨୦ ଓ ଏଆଇଏଡିଏମକର ୩୭ ଜଣ ସାଂସଦ ଅଛନ୍ତି । ଶିବସେନା ଏନଡିଏର ସହେଯାଗୀ ଥିଲେ ମଧ୍ୟ ବିଭିନ୍ନ କ୍ଷେତ୍ରରେ ମୋଦି ସରକାରଙ୍କୁ ବିରୋଧ କରିଆସିଛି । ତେଣୁ ଏହି ଦଳଗୁଡିର ଆଭିମୁଖ୍ୟ କ ଣହେବ ତା ଉପରେ ସମସ୍ତଙ୍କ ନଜର ରହିବ । ଯେହେତୁ ବିଜେଡିର ୨୦ ଜଣ ସାଂସଦ ଅଛନ୍ତି । ତେଣୁ ଆଭିମୁଖ୍ୟ ନେଇ ବିଜେଡି ଗୃହରେ ଉପସ୍ଥାପନ କରିବ ବୋଲି ନିଷ୍ପତିି ନେଇଥିବା ବିଜେଡି ସାଂସଦ କଳିକେଶ ସଂହଦେଓ କହିଛନ୍ତି । ଅନ୍ୟପଟେ ଏଆଇଏଡିଏମକେ ଉପରେ ବି ସମସ୍ତଙ୍କ ନଜର ରହିଛି । ଏହି ଦଳର ଲୋକସଭାରେ ସଦସ୍ୟଙ୍କ ସଂଖ୍ୟା ହେଉଛି ୩୭ ।

ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି କରି ଗତ ମାର୍ଚ୍ଚ ମାସରେ ଏନଡିଏରୁ ଓହରି ଯାଇଥିଲା ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି । ଗତକାଲି ମୌସୁମୀ ଅଧିବେସନ ଆରମ୍ଭରୁ ହିଁ ଶୂନ୍ୟକାଳରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲା ଦଳ । ବାଚସ୍ପତି ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କରିବା କ୍ଷଣି ସଂସଦୀୟ ବ୍ୟାପାରମନ୍ତ୍ରୀ ଗୃହରେ ଦାବି କରିଥିଲେ ଯେ, ଏହି ଅନାସ୍ଥା ପରୀକ୍ଷାକୁ ମୋଦି ସରକାର ଅତି ସହଜରେ ପାର କରିଯିବେ । କାରଣ ସଂସଦରେ ବିଜେପି ଓ ଏହାର ସହଯୋଗୀ ଦଳଙ୍କର ଦୁଇ ତୃତୀୟାଂଶ ସଦସ୍ୟ ଅଛନ୍ତି । ଶୁକ୍ରବାର ପ୍ରଶ୍ନକାଳକୁ ବାତିଲ କରି ଦିନ ତମାମ ଆସ୍ଥା ଭୋଟ ଉପରେ ଚର୍ଚ୍ଚା ହେବ ଏବଂ ଭୋଟିଂ ମଧ୍ୟ କରାଇ ପାରନ୍ତି ବାଚସ୍ପତି ସୁମିତ୍ରା ମହାଜନ୍ । ଏବେ ଆସନ୍ତୁ ଜାଣିବା ସଂଖ୍ୟା ଗଣିତ ଉପରେ ।
ଲୋକସଭା
ମୋଟ୍ ସଦସ୍ୟ ସଂଖ୍ୟା- ୫୪୫
ଆସ୍ଥାଭୋଟ୍ ଜିତିବାକୁ ଦରକାର- ୨୭୨
ବିଜେପି- ୨୭୨
ଅନ୍ୟ ସହଯୋଗୀ ଦଳ- ୩୯
କଂଗ୍ରେସ- ୪୮
ଏଆଇଏଡିଏମକେ- ୩୭
ଟିଏମସି- ୩୪
ବିଜେଡି- ୨୦
ଅନ୍ୟାନ୍ୟ- ୮୯
ମନୋନୀତ ସଦସ୍ୟ- ୨
ଖାଲି ପଡିଛି- ୪
ଅର୍ଥାତ ଆସ୍ଥା ଭୋଟରେ ଜିତିବା ପାଇଁ କେବଳ ବିଜେପି ନିକଟରେ ଥିବା ସଂଖ୍ୟା ହିଁ ଯଥେଷ୍ଟ । ହେଲେ ଏ ପରୀକ୍ଷା ଦଳ ଭିତରେ ଅସନ୍ତୁଷ୍ଟ ଓ ମେଂଟ ସହଯୋଗୀଙ୍କ ବିଶ୍ୱାସର ପରୀକ୍ଷା ହେବାକୁ ଯାଉଛି ।