ଶକ୍ତି ପରୀକ୍ଷଣରେ ନୀତିଶ କୁମାରଙ୍କ ବିଜୟ ! ୧୩୧ ଭୋଟ୍‌ ପାଇ ବିହାର ବିଧାନସଭାରେ ଆସ୍ଥାଭୋଟ୍‌ ଜିଣିଲେ

44

କନକ ବ୍ୟୁରୋ : ବିିହାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବହୁମତ ହାସଲ କରିଛନ୍ତି । ୧୩୧ଟି ଆଜି ଅନୁଷ୍ଠିତ ଆସ୍ଥା ଭୋଟ୍‌ରେ ବିଜୟୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ବିରୋଧୀ ଆରଜେଡି ପାଇଛି ୧୦୮ଟି ଭୋଟ୍‌ । ୨୨୩ ସଦସ୍ୟ ବିଶିଷ୍ଟ ଗୃହରେ ନୀତିଶ-ବିଜେପି ମେଣ୍ଟ ୧୨୨ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ କରୁଥିଲେ । ନବ ନିଯୁକ୍ତ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଫ୍ଲୋର୍‌ ଟେଷ୍ଟ୍‌ ପାଇଁ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ବିହାର ବିଧାନସଭା ଅଧିବେଶନ ଆରମ୍ଭ ହୋଇଥିଲା ।

ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ପ୍ରୋସିଡିଙ୍ଗ୍‌ ଆରମ୍ଭ କରିଥିଲେ । ନୀତିଶ କୁମାର ଗୃହର ନେତା ଚିହ୍ନିତ ହେଲେ ବୋଲି କହିଥିଲେ ବାଚସ୍ପତି ବିଜୟ କୁମାର ଚୌଧୁରୀ । ନୀତିଶ କୁମାର ବିଧାନସଭାରେ ଉଦ୍‌ବୋଧନ ଦେଇଥିଲେ । ବାଚନିକ ଭୋଟ୍‌ ପାଇଁ ବାଚସ୍ପତି କହିବାରୁ ଆରଜେଡି ଏହାକୁ ବିରୋଧ କରିଥିଲା । ଆସ୍ଥା ଭୋଟର ସିଧା ପ୍ରସାରଣକୁ ନିଷେଧ କରିଥିଲେ ବିହାର ବିଧାନସଭା ବାଚସ୍ପତି ।