ସାହାଯ୍ୟ କଲେ ସୁୁଷମା ସ୍ୱରାଜ ! ପାକିସ୍ତାନୀ ମହିଳା କହିଲେ, ଆପଣ ହେଲେ ଆମର ପ୍ରଧାନମନ୍ତ୍ରୀ ହୋଇଥାନ୍ତେ . . .

128

ସୋସିଆଲ ମିଡ଼ିଆରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ସବୁବେଳେ ସକ୍ରିୟ ଥାଆନ୍ତି । କେବଳ ଯେ ସୋସିଆଲ ମିଡ଼ିଆରେ ସକ୍ରିୟ ଥାଆନ୍ତି ତା’ନୁହଁ, ସେ ସବୁବେଳେ ଲୋକମାନଙ୍କୁ ସାହାଯ୍ୟ ପାଇଁ ମଧ୍ୟ ତତ୍ପର ଥାଆନ୍ତି । ଏଥିଯୋଗୁଁ ସୋସିଆଲ ମିଡ଼ିଆରେ ତାଙ୍କର ଅନେକ ପ୍ରଶଂସକ । ଏବେ ଏହି ପ୍ରଶଂଶକଙ୍କ ମଧ୍ୟରେ ସାମିଲ ହେଲେ ଜଣେ ପାକିସ୍ତାନୀ ମହିଳା । କୃତଜ୍ଞତା ଜ୍ଞାପନ ପାଇଁ ସେ ସୁଷମା ସ୍ୱରାଜଙ୍କ ପାଇଁ ନିଜର ଭାବନା ବ୍ୟକ୍ତ କରିଛନ୍ତି ।

ପ୍ରକୃକ କଥା ହେଲା ଜଣେ ପାକିସ୍ତାନୀ ନାଗରିକ ଭାରତରେ ଚିକିତ୍ସା ପାଇଁ ଭାରତର ଭିସା ଦରକାର ଥିଲା । ଏନେଇ ସେ ଟ୍ୱିଟ୍ କରି ସୁଷମା ସ୍ୱାରଜଙ୍କୁ ସାହାଯ୍ୟ ଭିକ୍ଷା କରିଥିିଲେ । ସୁଷମା ଏହାର ଜବାବରେ ପାକିସ୍ତାନରେ ଥିବା ଇଣ୍ଡିଆନ ହାଇ କମିଶନଙ୍କୁ ଟ୍ୱିଟ୍ କରିଥିଲେ । ଏହି ମାମଲାକୁ ଗୁରୁତ୍ୱପୂର୍ଣ୍ଣ ସହକାରେ ନେଇ ଖୁବ ଶୀଘ୍ର ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସେ ଉତ୍ତର ଦେଇଥିଲେ ଇଣ୍ଡିଆନ ହାଇ କମିଶନ ।

ଏଥିଯୋଗୁଁ ଉକ୍ତ ପାକିସ୍ତାନୀ ମହିଳା ଜଣକ ଟ୍ୱିଟ୍ କରି କହିଛନ୍ତିି ମୁଁ ଆପଣଙ୍କର କ’ଣ ହେବି, ମହାନ ମହିଳା ? ଭଗବାନ ? ଆପଣଙ୍କ ଉଦାରତା ବ୍ୟକ୍ତ କରିବା ପାଇଁ ମୋ ପାଖରେ ଶବ୍ଦ ନାହିଁ, ଯାହା ବି କହିବି ବହୁତ କମ ପଡ଼ିବ । ଏହାସହ ସେ ସୁଷମା ସ୍ୱରାଜଙ୍କ ପାଇଁ ବହୁତ ଭଲ ପାଇବା ଓ କୃତଜ୍ଞତା ଜଣାଇଛନ୍ତି ଆଉ କହିଛନ୍ତି ଆପଣ ହେଲେ ଆମର ପ୍ରଧାନମନ୍ତ୍ରୀ ହୋଇଥାନ୍ତେ . . . ।