ବିହାର ରାଜନୀତି ନେଇ ନୀତିଶଙ୍କ ବିରୋଧରେ ବିଷ ଓଗାଳିଲେ ଲାଲୁ ! କହିଲେ, ସେ ଜଣେ ହତ୍ୟାକାରୀ ଓ ସୁବିଧାବାଦୀ

21

କନକ ବ୍ୟୁରୋ : ବିଜେପି ସହ ମେଂଟ କରି ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ପ୍ରତିକ୍ରିୟା ରଖିଛନ୍ତି । ମୋଦି ଓ ନୀତିଶଙ୍କ ଉପରେ ବର୍ଷିଛନ୍ତି ଲାଲୁ । ସେ କହିଛନ୍ତି, ନୀତିଶ ବିହାରକୁ ଧୋକ୍କା ଦେଇଛନ୍ତି । ସେ ସୁବିଧାବାଦୀ ବୋଲି ପୁଣି ଥରେ ପ୍ରମାଣିତ ହେଲା । ସେ ସାଂପ୍ରଦାୟିକ ଶକ୍ତି ସହ ହାତ ମିଳାଇବେ ନାହିଁ ବୋଲି କହିଥିଲେ । ମୋଦିଙ୍କ ଉପରେ ଲାଲୁ ବର୍ଷିଛନ୍ତି । ବିଜେପି ସହ ସେ କେବେ ବି ହାତ ମିଳାଇବେ ନାହିଁ ବୋଲି କହିଛନ୍ତି ଆରଜେଡି ମୁଖ୍ୟ । ଏହାସହ ନୀତିଶ ଉପରେ ହତ୍ୟା ଅଭିଯୋଗ ଆଣିଛନ୍ତି ଲାଲୁ ପ୍ରସାଦ ଯାଦବ ।

ସେପଟେ ମହାମେଂଟ ଭାଙ୍ଗି ଏନଡିଏ ସହାୟତା ସରକାର ଗଠନକୁ ଦୃଢ ନିନ୍ଦା କରିଛି କଂଗ୍ରେସ ଓ ଆରଜେଡି । ନୀତୀଶ ବିଶ୍ୱାସଘାତକତା କରିଛନ୍ତି ବୋଲି କଂଗ୍ରେସ ଓ ଆରଜେଡି କହିଛି । ବିହାରରେ ନୂଆ ମେଂଟ ସରକାର ଗଠନ ହୋଇଛି । ଏନଡିଏ ସମର୍ଥନରେ ବିହାରରେ ସରକାର ଗଢିଛି ଜେଡିୟୁ । ଜେଡିୟୁ ଓ ଏନଡିଓର ମେଂଟ ସରକାର ଗଠନ ହେବା ଦ୍ୱାରା ରାଜ୍ୟରେ ଶୁସାସନ ଫେରିବ ବୋଲି ବିଜେପି କହିଛି ।